ଭିଜିଲାନ୍ସ ଜାଲରେ ଡ଼ହ ଜଳସେଚନ ନିର୍ବାହୀ ଯନ୍ତ୍ରୀ ।

0 30

ଭଞ୍ଜନଗର, ୨୬/୦୩(ପିପିଟି):ନିଜ ଆୟ ଠାରୁ ବେଆଇନ ଭାବେ ଅଧିକ ସମ୍ପତ୍ତି ଉପାର୍ଜନ କରି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟ ଅନ୍ତର୍ଗତ ଡହ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ସକାଳୁ ଆସି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି। ସେ ପ୍ରାୟ ୬ବର୍ଷ ଧରି ଭଞ୍ଜନଗର ଜଳସମ୍ପଦ ବିଭାଗରେ କାର୍ଯ୍ୟ କରି ଆସୁଥିଲେ।କୌଣସି ସୂତ୍ରରୁ ଖବର ପାଇ ଆଜି ଭିଜିଲାନ୍ସ ପକ୍ଷରୁ ଏକା ସମୟରେ ୫ଟି ସ୍ଥାନରେ ଚଢାଉ କରାଯାଇଛି।ଏହି କାର୍ଯ୍ୟରେ ଭିଜିଲାନ୍ସ ବିଭାଗର ୩ଜଣ ଡିଏସପି, ୭ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ଏକା ସମୟରେ ଚଢାଉ ଚାଲିଛି। ସେଗୁଡ଼ିକ ହେଲା ବସନ୍ତ ବିହାର ବ୍ରହ୍ମପୁରରେ ସ୍ଥିତ ବାସଗୃହ, ଭଞ୍ଜନଗର ସରକାରୀ ବାସଭବନ,ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପୋଲସରାରେ ପୈତୃକ ଘର, ବୀମା ନଗର ବ୍ରହ୍ମପୁରରେ ଥିବା ଆତ୍ମୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସ ବିଭାଗ ଏକ ଟିମ୍ ଭଞ୍ଜନଗର ବାସଭବନରେ ଛାନ୍ ଭିନ୍ କରିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଧିକ ତଦନ୍ତ ପାଇଁ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ସାଥିରେ ନେଇ ଯାଇଥିବା ଜଣାପଡିଛି।ବହୁ ପରିମାଣର ଅଳଙ୍କାର,ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ଜବତ ହୋଇଥିବା ଜଣାପଡିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.