ଠାକୁରାଣୀ ଯାତ୍ରାର ସଫଳତା ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା ।

0 0

ଭଞ୍ଜନଗର, ୨୫/୦୩(ପିପିଟି ): ପାଖେଇ ଆସୁଛି ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା।ତେଣୁ ଏହାକୁ କିଭଳି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମା’ ଠାକୁରାଣୀ ଯାତ୍ରା-୨୦୨୬ ବୈଠକ ଆଜି ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ସଭାପତି ଉମାଶଙ୍କର ବେହେରା , ପୌରପରିଷଦ ଅଧ୍ୟକ୍ଷ ଗୋପୋବନ୍ଧୁ ମହାପାତ୍ର ତଥା ଅନ୍ୟ ସମସ୍ତ ପ୍ରଶାସନିକ ଓ ସରକାରୀ ଅଧିକାରୀ ଏବଂ ଯାତ୍ରା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମସ୍ତ ବିଭାଗ ଯଥା ନିରାପତ୍ତା ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅଗ୍ନି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳାକୁ ଗୁରୁତ୍ୱ ଦେବା ଏବଂ ଅନ୍ୟାନ୍ୟ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିଧାୟକ ଶ୍ରୀ ନାୟକ ସମସ୍ତଙ୍କ ସହଯୋଗ ରେ ଯାତ୍ରାକୁ ଆହୁରି ଆକର୍ଷଣୀୟ ଓ ନିରାପଦ କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକ ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.