ବୋଲଗଡ଼,୨୫/୦୩ (ପିପିଟି): ଖୋର୍ଦ୍ଧା ଜିଲ୍ଲା ଜଟଣିପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଅଷ୍ଟମୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ ପରେ ଚିତ୍ରକର ବିଜୟ ପଣ୍ଡାଙ୍କ ଦ୍ୱାରା ମହାଗୌରୀ ବେଶ କରାଯାଇଥିଲା l ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l ଆସନ୍ତା କାଲି ସକାଳେ ମହାସ୍ନାନ ସୂର୍ଯ୍ୟପୂଜା ପରେ ନଗର ପରିକ୍ରମା କରି ମା ” ଗଡ଼ ବଘେଇଁଙ୍କ ପାଖେ ବିଜେ ହେବେ l ଦୁଇ ଭଉଣୀ ମିଲନ ପରେ ନିଜ ମନ୍ଦିରକୁ ଫେରି ସଂଧ୍ୟାରେ ମହାସ୍ନାନ ପରେ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବା ସହ ନ ଜଣ କୁମାରୀ କନ୍ୟାଙ୍କୁ ଯଜ୍ଞ ବେଦିରେ ପୂଜା କରାଯିବବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମକୁ ସମ୍ପାଦକ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ରବିନାରାୟଣ ଟୁଲୁ ପଣ୍ଡା, ଅଶୋକ ଦାଶ , ନିରଞ୍ଜନ ସୁନ୍ଦରାୟ, , କାଉନସିଲର ଅମ୍ରିତା ଦାସ, ଶଶାଙ୍କ ଶେଖର ରାୟ , ଲୁସେନ ରାୟ, ପବିତ୍ର ମୋହନ ରଣସିଂହ, ନିତ୍ୟସେବକ ବିକାଶ ବେହେରା , ପୂର୍ଣଚନ୍ଦ୍ର ସାହାଣୀ , ବିନୋଦ ଦାସ , ରାମଚନ୍ଦ୍ର ସାହୁ , ଜିତେନ୍ଦ୍ର ଜେନା,, ଶଶିକାନ୍ତ ମହାପାତ୍ର, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ , ବିବେକ ଦଳେଇ, ଚର୍ଚ୍ଚିଲ ଦାସ ,ଦିପୁପାଲ , ଜଗରନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗ ରେ ପରିଚାଳନା ହୋଇଥିଲା l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।