ପୋଲସରା ,୨୪/୦୩(ପିପିଟି):ପୋଲସରା ବ୍ଲକର ସୋଡକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନମ୍ ବେହେରା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଥାନା ଏ. ଏସ୍.ଆଇ. ରମଣ ଶବର , ସି.ଡି.ପି.ଓ ତିଳୋତ୍ତମା ରାଉତ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବଳରାମ ବେହେରା ଓ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗୀୟ ଷ୍ଟାଫମାନେ ଯୋଗଦେଇଥିଲେ। ଏହି ଅବସରରେ ମୋଟ୍ ୧୨ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୨ ଜଣଙ୍କୁ ଭତ୍ତା, ୯ ଜଣଙ୍କୁ ରେସନ କାର୍ଡ, ୧୦ ଜଣଙ୍କୁ ଘରପଟ୍ଟା, ୨ଟି ଏସ.ଏଚ.ଜି ଗ୍ରୁପକୁ ଋଣ ଇତ୍ୟାଦି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ସମେତ ଅଙ୍ଗନବାଡ଼ି ଓ ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା