ଜିଲ୍ଳାପାଳଙ୍କ ଧଳାପଥର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି l

0 35

ବୋଲଗଡ଼,୨୩/୦୩(ପିପିଟି): ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ପଲ୍ଲୀରେ ଜିଲ୍ଲା ପ୍ରଶାସନିକ ଜନଶୁଣାଣି କରି ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି l ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ , ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ,ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇଥିଲେ l ଅଭିଯୋଗ ଶୁଣାଣି ରେ ମୋଟ ୯୭ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୮୧ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୧୬ ଗୋଟି ଅଭିଯୋଗ ଆସିଥିଲା l ଶିବିରରେ ତତ୍କାଳ ୦୬ ଗୋଟି ଅଭିଯୋଗ ର ସମାଧାନ କରାଜାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଅଭିଯୋଗ କାରୀ ପ୍ରମିଳା ବରାଳ, ଗ୍ରାମ: ସାନ ହନ୍ତୁଆଡ, ଗ୍ରାମ ପଞ୍ଚାୟତ: ଗାଲୁଆଙ୍କୁ ତାଙ୍କ ପୁଅର ମୃତ୍ୟୁ କାଳୀନ ସହାୟତା ପାଇଁ ୨୫ ହଜାର , ଜୟନ୍ତୀ ସୁନ୍ଦରାୟ,ଗ୍ରାମ: ସାନ ହନ୍ତୁଆଡ,ଗ୍ରା: ପ: ଗାଲୁଆ, ବୋଲଗଡ଼ ଙ୍କୁ ଦୁର୍ଘଟଣା ଜନିତ ଆର୍ଥିକ ସହାୟତା ନିମନ୍ତେ ୨୫ ହଜାର, ଅଉରି ଚରଣ ତାଡ଼,ଗ୍ରାମ: ବଡନୟାପଲ୍ଲୀ, ବୋଲଗଡଙ୍କୁ ୧୦ ହଜାର, ବର୍ଷାରାଣି ବାରିକ, ଗ୍ରାମ: ବଡ଼ ନୟାପଲ୍ଲୀ, ବୋଲଗଡଙ୍କୁ ୧୦ ହଜାର ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ର, ଗ୍ରାମ: ଦଳ ବେହେରା ପାଟଣା, ବୋଲଗଡଙ୍କୁ ପାଠ ପଢା ପାଇଁ ୧୦ ହଜାର ଆର୍ଥିକ ସହାୟତାକୁ ନେଇ ମୋଟ ୮୦ ହଜାର ଟଙ୍କା ଆର୍ଥିକ ସହାୟତା ଆଜିର ପଲ୍ଲୀରେ ପ୍ରଶାସନ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ପ୍ରଦାନ କରିଥିଲେ l
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, କୃଷି,ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସେବା ଜନସଚେତନତା ଷ୍ଟଲ ଗୁଡ଼ିକୁ ଜିଲ୍ଲାପାଳ, ମାନ୍ୟବର ବିଧାୟକ, ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିଥିଲେ l ଅଭିଯୋଗ ଶୁଣାଣୀ ରେ ସଂପୃକ୍ତ ବ୍ଲକର ବି ଡି ଓ ସୁମନ ସୁଦ୍ଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠୀ, ସରପଞ୍ଚ ନାରାୟଣ ସାହୁ ଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.