ବେଗୁନିଆପଡା,୨୩/୦୩(ପିପିଟି): ବେଗୁନିଆପଡା ବ୍ଲକରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ରଞ୍ଜନ ଜେନା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀମା ସ୍ୱାଇଁ,ଏଡିଏମ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ଅଭିଯୋଗ ଶୁଣି ଥିଲେ । ବେଗୁନିଆପଡା ବ୍ଲକରେ ଉର୍ନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କୌଣସି ଜନପ୍ରତିନିଧିଙ୍କୁ ଅନ୍ଧକାରେ ରଖାଯାଉଛି,ଜନପ୍ରତିନିଧିଙ୍କ ଅଗୋଚରରେ ବିକଶିତ ଓଡିଶା ବିକଶିତ ଗାଁ ଯୋଜନାରେ ପ୍ରକଳ୍ପ ମଞ୍ଜୁରୀ କରାଯାଉଥିବା,ବ୍ଲକ ଆଗରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ନ କରିବା ପାଇଁ ଅଭିଯୋଗ କରିଛନ୍ତି ଖୋଦ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ । କୋଦଳା ଏନ୍ଏସି ରେ ଦୁର୍ନୀତି ଏବଂ ବେନିୟମ ଭାବେ କାର୍ଯ୍ୟ କରାଯାଉଥିବା ୫୮ ଟି ଅଭିଯୋଗ କରିଛନ୍ତି କାଉନସିଲର ଭଗବାନ ପାଢ଼ୀ, କୋଦଳା ଏନ୍ଏସି ରେ ପାଞ୍ଚଟି ଅଙ୍ଗନୱାଡି କେନ୍ଦ୍ରର ଗୃହ ନଥିବା ଏବଂ କୋଦଳା ଉପନିବନ୍ଧକ ନିଯୁକ୍ତି ପାଇଁ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ବେଗୁନିଆପଡା ଥାନା ଠାରୁ ବିରିବାଟିଆ ଭାୟ ତିରିଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୀର୍ଘ ଦିନ ହେଲା ଜରାଜୀର୍ଣ ଅବସ୍ଥାରେ ରହିଛି ଏହାର ନିର୍ମାଣ ପାଇଁ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ , ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଙ୍ଗାରଗାଁ ଅଂଚଳରେ ଫାଣ୍ଡି କରାଯିବା ପାଇଁ, କୃଷକ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ହୋଇଥିଲା । ନୂତନ ଭତ୍ତା,ରାସନ କାର୍ଡ, ଆବାସ ଗୃହ ଯୋଗାଣ, ମନରେଗା,ଆଦି ବିଷୟରେ ପ୍ରାୟ ୨୨୯ ଟି ଅଭିଯୋଗ ଆସିଥିଲା । ପ୍ରତ୍ୟେକ ଅଭିଯୋଗକୁ ଗ୍ରହଣ କରିବା ସହ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା । ଏଥିସହ ଅଭିଯୋଗ ଗୁଡିକ ବିଷୟରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିରେ ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ, କୋଦଳା ତହସିଲଦାର ସସ୍ମିତା ଶତପଥି,ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ,ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ,ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)