ଜିଲ୍ଲାପାଳଙ୍କ ଜନଶୁଣାଣି: ୮୦ଟି ଆବେଦନ ମଧ୍ୟରୁ ଅନେକ ସମସ୍ୟାର ତୁରନ୍ତ ସମାଧାନ ।

0 73

ମାଲକାନଗିରି, ୨୩/୦୩(ପିପିଟି):ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ମାଥିଲି ବ୍ଲକ ଅନ୍ତର୍ଗତ କମାରପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଏକ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସମୀକ୍ଷା ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜନ ସାଧାରଣଙ୍କ ଅଭିଯୋଗ ଶୁଣି ଥିବା ବେଳେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍. ଏବଂ ବନଖଣ୍ଡ ଅଧିକାରୀ ସାଇ କିରଣଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।ଶିବିରରେ ମୋଟ ୮୦ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୫୦ଟି ସାମୁହିକ ବା ଗ୍ରାମ୍ୟ ସମସ୍ୟା ହୋଇଥିବା ବେଳେ ୨୮ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା।ଏକାଧିକ ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହ ବଳକା ଆବେଦନଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂପନ୍ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨ ଜଣ ଗୁରୁତର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଶିବିରରେ ମୁଖ୍ୟତଃ ଜମିବାଡ଼ି ବିବାଦ, ରାସନ କାର୍ଡ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସଙ୍କଟ ଓ ପରିବହନ ଭଳି ମୌଳିକ ସମସ୍ୟାକୁ ନେଇ ଅଞ୍ଚଳବାସୀ ନିଜର ଦାବି ଉପସ୍ଥାପନ କରିଥିଲେ। ପ୍ରଶାସନର ଏଭଳି ପ୍ରୟାସ ଦ୍ୱାରା ଦୂରଦୂରାନ୍ତରେ ରହୁଥିବା ଗ୍ରାମବାସୀ ଉପକୃତ ହେବା ସହ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇପାରୁଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.