ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

0 65

ବାଲିଗୁଡ଼ା, ୨୦/୦୩ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ. ର ବାର୍ଷିକ ସାଧାରଣ ସଭା କଞ୍ଜାମେଣ୍ଡି ପଞ୍ଚାୟତ ଲ୍ୟାମ୍ପ ସମିତି ଲିଃ.ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସହକାରୀ ଉପ ନିବନ୍ଧକ ନରେସ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ଡାଇରେକ୍ଟର ରବୀନ୍ଦ୍ର ନାୟକ, ସମିତି ସଭାପତି ବଳରାମ ମଲିକ, ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସରପଞ୍ଚ ଗୁନୁଲତା ମଲିକ ଯୋଗ ଦେଇଥିଲେ । ଲ୍ୟାମ୍ପ ପକ୍ଷରୁ ଚାଷୀଙ୍କୁ ଦିଆଯାଉଥିବା ଋଣ ସମ୍ୱନ୍ଧରେ ଚାଷୀଙ୍କୁ ସୂଚନା ଦିଆଯିବା ସହ ୧ ଲକ୍ଷ ଟଙ୍କା ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ ଏବଂ ୩ ଲକ୍ଷ ଟଙ୍କା ଋଣ ପାଇଁ ଚାଷୀ ଆବେଦନ କଲେ ବର୍ଷକୁ ଦୁଇ ପରସେଣ୍ଟ ସୁଧ ନିଆ ଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଅତିଥି ଚାଷୀଙ୍କୁ ଅବଗତ କରାଇ ଥିଲେ । ଭୂମିହିନ ଚାଷୀଙ୍କୁ ବଳରାମ ଯୋଜନାରେ ମଧ୍ୟ ଋଣ ଦିଆଯିବ ଯାହାକି, କୁଡୁଡ଼ା ଚାଷ, ଟ୍ରାକ୍ଟର, ପାୱାର ଟିଲର ଭଳି ବିଭିନ୍ନ ଋଣ ଲ୍ୟାମ୍ପ ମାଧ୍ୟମରେ ଚାଷୀଙ୍କୁ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ସମସ୍ତ ଚାଷୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଏମଡି ପ୍ରେମାନନ୍ଦ ପାତ୍ର, ପରିଚାଳନା କରିଥିବା ବେଳେ ଆକାଉଣ୍ଟ ମନୋରଞ୍ଜନ ବିଶୋଇ, ଲୋନ ଆସିଷ୍ଟାଣ୍ଟ କିରନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.