ପରିବେଶ ପ୍ରେମୀ ଡ଼. ଯୁଧିଷ୍ଠିର ଖମାରୀଙ୍କ ଦ୍ୱାରା ପକ୍ଷୀ ଶାବକ ଉଦ୍ଧାର ।

0 0

ସୁବର୍ଣ୍ଣପୁର ,୧୭/୦୮(ପିପିଟି ):ବର୍ତମାନ ସମୟରେ ପଶୁ ପକ୍ଷୀ ଙ୍କର ପ୍ରାକୃତିକ ପରିବେଶ ନଷ୍ଟ ହେବାକୁ ବସିଲାଣି । ସେମାନେ ନିଜର ବାସ ହରାଉଛନ୍ତି ଦିନକୁ ଦିନ । କେବେ ବସାରୁ ଅଣ୍ଡା ଖସି ଯାଉଛି ତ କେବେ ଉପଯୁକ୍ତ ପରିବେଶ ନ ପାଇଁ ପକ୍ଷୀ ଶାବକ ତଳକୁ ଖସି ପଡୁଛନ୍ତି । ଆଉ କେବେ ଖାଦ୍ୟ ଓ ପାଣି ର ଅଭାବରେ ଛଟପଟ ହେଉ ଜୀବନ ହରାଉଛନ୍ତି । ବର୍ତମାନ ସମୟ ଆସିଛି ପରିବେଶ ଓ ପ୍ରକୃତିକୁ ସୁରକ୍ଷ୍ୟା କରିବାର । ଆଜି ପ୍ରକୃତିପ୍ରେମୀ ଶିକ୍ଷକ ଡ. ଯୁଧିଷ୍ଠିର ଖମାରୀ ଗାୟତ୍ରୀ ଆବାସିକ ହାଇୟର ସେକେଣ୍ଡାରୀ ସ୍କୁଲ ଭଂଗାମୁଣ୍ଡା, ବୀରମହାରାଜପୁର ପରିସରରୁ ଏକ ପକ୍ଷୀ ଶାବକର ଉଦ୍ଧାର କରି ତାର ଥଇଥାନ କରିଛନ୍ତି । ଛାତ୍ର ଛାତ୍ରୀ ଙ୍କ ସହିତ ମିଶି ତତକ୍ଷଣାତ ପକ୍ଷୀ ପାଇଁ ଗଛ ଉପରେ ଏକ ବସା ନିର୍ମାଣ କରି ତାର ଥଇଥାନର ବ୍ୟବସ୍ଥା କରିବା ସହ ବସାରେ ପକ୍ଷୀ ପାଇଁ ଜଳ ଓ ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କୁ ଜୀବେ ଦୟା ଭାବ ପୋଷଣ କରିବା ପାଇଁ ବୁଝାଇ ଥିଲେ । ବର୍ତ୍ତମାନ ଦ୍ରୁତ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଗ୍ରୀଷ୍ମକାଳୀନ ଜଳାଭାବ କାରଣରୁ କିଚିରିମିଚିରି ଶବ୍ଦରେ ପରିବେଶକୁ ସୌନ୍ଦର୍ଯ୍ୟମୟ କରୁଥିବା ବିଭିନ୍ନ ପ୍ରକାର ଚଢେଇ ମାନଙ୍କର ବଂଶ ହ୍ରାସ ପାଉଥିବା ଥିବାବେଳେ ପ୍ରକୃତିପ୍ରେମୀ ଡ଼. ଖମାରୀ ବିଦ୍ୟାଳୟ ପରିସର ସହିତ ବିଭିନ୍ନ ସ୍ଥାନରେ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାକୃତିକ ଚଢେଇ ବସା,ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି l ତାଙ୍କ କହିବା ଅନୁସାରେ ଏବେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଜଳାଭାବ ଦେଖାଦେଇ ଥିବାବେଳେ ପଶୁ ପକ୍ଷୀଙ୍କ ପିଇବା ପାଣିର ବ୍ୟବସ୍ଥା ପାଇଁ ୨୦୦ ଟି ମାଟିପାତ୍ର ପଥପ୍ରାନ୍ତ ବୃକ୍ଷ ରାସ୍ତା କଡରେ ବ୍ୟବସ୍ଥା କରିବା ସହ ଜୀବଜନ୍ତୁଙ୍କର ଜଳକଷ୍ଟ ଦୁର କରିବା ପାଇଁ ବିଭିନ୍ନ ଗାଁ ମାନଙ୍କରେ ଜନସାଧାରଣଙ୍କୁ ସଚେତନ କରିବେ ବୋଲି କହିଛନ୍ତି l ଡ଼. ଖମାରୀ ଙ୍କର ଏପରି କାର୍ଯ୍ୟକୁ ଉଚ୍ଚ ପ୍ରଶଂସନୀୟ ମନେ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.