ଭୁବନେଶ୍ବର,୧୬/୦୩(ପିପିଟି):ସ୍ଥାନୀୟ ପୋଖରୀପୁଟ ବି.ଡି.ଏ. କଲୋନୀରେ ଜଗନ୍ନାଥ ଯୋଗାଳୟ ଓ ଏସ୍.ଏମ୍. ହେଲଥ୍ କ୍ଲବର ମିଳିତ ସହଯୋଗରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଂଘର ସମ୍ପାଦକ ଆଇନୀଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଅମିତିଆର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଓଜନ,ବୟସ ବି.ଏମ୍.ଆଇ., ବି.ଏମ୍.ଆର୍. ଗ୍ୟାଷ୍ଟ୍ରିକ,ଡାଇବେଟିସ,ବ୍ଳଡପ୍ରେସର୍, ଜଏଣ୍ଟ ପ୍ରୋବ୍ଲେମ୍, ବେକ୍ ପେନ୍ ପ୍ରଭୃତି ପରୀକ୍ଷା କରି ସତର୍କତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଡାଏଟିସିଆନ ଶୁଭଲକ୍ଷ୍ମୀ ରାଉତ, ମନୋରଞ୍ଜନ ସ୍ଵାଇଁ ପ୍ରମୂଖ ଯୋଗ ଦେଇ ନିରୋଗ ଜୀବନ ଯାପନ ପାଇଁ କେତେକ ଉପାଦେୟ ପରାମର୍ଶ ଦେଇଥିଲେ । ପଠାଣି ବେହେରା ଅତିଥି ପରିଚୟ ଦେଇଥିବା ବେଳେ ଏଚ୍.ବି. ଉଦ୍ ଗାତା ଶିବିର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ନାୟକ, ନିରଞ୍ଜନ ସେନାପତି, ରସାନନ୍ଦ ସାହୁ, ଶିଶିର ଦାଶ, ଲମ୍ବୋଦର ପଣ୍ଡା, ସୁଦର୍ଶନ ମହାଳିକ, ସୀମାଞ୍ଚଳ ପାଢ଼ୀ, ପ୍ରଭାକର ସାହୁ, ହାଡିବନ୍ଧୁ ସାହୁ, ରବିନ୍ଦ୍ର ଭୋଳ, ଯଶୋବନ୍ତ କର, ଭାସ୍କର ଦାସ, ବିଷ୍ନୁ ଚରଣ ପ୍ରଧାନ, ଅଶୋକ କୁମାର ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।