୨୧୦ କଇଁଛ ଉଦ୍ଧାର, ଗାଡି ଜବତ ।

0 214

ମାଲକାନଗିରି,୦୨/୦୩(ପିପିଟି):କାଲିମେଳା ଓ ମୋଟୁ ବନକର୍ମଚାରୀମାନେ ମିଳିତ ଭାବେ ଏମପିଭି-୪୮ କେନାଲ ରାସ୍ତାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଇଁଛ ଚୋରା ଚାଲାଣ ଆସାମୀକୁ ଧରିବା ପ୍ରୟାସ ଜାରି ରଖିଥିଲେ । ତେବେ ଚଢ଼ାଉ ସମୟରେ ବନକର୍ମଚାରୀମାନେ ଏକ ବୋଲେରୋ ଗାଡ଼ି ରେ ୧୦ ଟି ବସ୍ତାରେ ୨୧୦ ଗୋଟି କଇଁଛ ଦେଖିବାକୁ ପାଇଥିଲେ। ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଓ କଇଁଛ ଚୋରା ଚାଲାଣକାରୀ ଅଭିଯୁକ୍ତଙ୍କୁ ବନକର୍ମଚାରୀମାନେ ଗିରଫ କରିପାରି ନଥିଲେ। ସେମାନେ ଗାଡ଼ି ଓ କଇଁଛ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।ବନକର୍ମଚାରୀମାନେ ଗାଡି ଓ କଇଁଛ ବସ୍ତା ଗୁଡ଼ିକୁ ଜବତ କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ କଇଁଛ ଗୁଡିକୁ ପୁନଶ୍ଚ ସୁରକ୍ଷିତ ଭାବେ ଜଳାଶୟ ମଧ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ
ବନବିଭାଗ ତଦନ୍ତ ଜାରି ରଖିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.