ଭବାନୀପାଟଣା,୦୨/୦୩:ଧର୍ମଗଡ ଜଗନ୍ନାଥ ପଡ଼ାରୁ ଅବକାରୀ ବିଭାଗ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି। ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡା ଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜାଣି ପାରିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ ର କର୍ମଚାରୀ ବୋଲି ଜଣା ପଡ଼ିଛି। ସେମାନଙ୍କ ଘରୁ ପ୍ରାୟ ୩୫ ଲିଟର ବିଦେଶୀ ମଦ, ବିଭିନ୍ନ କମ୍ପାନୀ ର ଷ୍ଟିକର ଆଦି ଜବତ ହେଇଛି । ଏକ ବିଦେଶୀ ମଦ ଦୋକାନରୁ ମଧ୍ୟ ଏମାନଙ୍କ ତିଆରି ନକଲି ମଦ ଜବତ ହେଇଛି। ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ଜୁନାଗଡ଼ ଏବଂ କେସିଙ୍ଗା ସହରରେ ଅବକାରୀ ବିଭାଗ ଦ୍ଵାରା ନକଲି ବିଦେଶୀ ମଦ ଜବତ ହେବା ସହିତ ବିପୁଳ ପରିମାଣରେ ନକଲି ମଦ ଏବଂ ଷ୍ଟିକର ଜବତ ହେଇଛି। ଅଥଚ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ହାଲୁକା ଦଫା ଲଗାଯିବାରୁ ସେମାନେ ଶୀଘ୍ର ଜାମିନ ରେ ଆସିଛନ୍ତି। ଫଳରେ ଅବକାରୀ ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି।