ଭଞ୍ଜନଗର, ୨୫/୦୨(ପିପିଟି ):ରୋଟାରୀ କ୍ଳବ, ଭଞ୍ଜନଗର ତରଫରୁ କ୍ଳବ ସଭାପତି ରୋଟାରୀୟାନ ରଞ୍ଜିତ କୁମାର ବାରିକଙ୍କ ସଭାପତିତ୍ୱରେ ରୋଟାରୀ ଦିବସ ପାଳନ କରାଯାଇଛି । ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଳାସ ପଦର ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ସକାଶେ ଅlକ୍ୱାଗାର୍ଡ ପ୍ରଦାନ କରାଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ଆଚାରୀ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପରିବେଶ ସଂରକ୍ଷଣ, ଜଳ, ବାନ୍ୟଜନ୍ତୁ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଏଥିରେ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରୋଟାରିୟନ ସନ୍ତୋଷ ଜେନା, ଇନର୍ ହୁଇଲ କ୍ଳବ ସଭାପତି ସୁନିତା ବାରିକ, ପରିବେଶପ୍ରେମୀ ଶୁଳପାଣି ଶତପଥୀ, ଶ୍ରୀନିବାସ ସୁବୁଦ୍ଧି, ରାମ ଚନ୍ଦ୍ର ମିଶ୍ର, ଶ୍ରୀନିବାସ ସୁବୁଦ୍ଧି, ଦିଲ୍ଲୀପ କୁମାର ରାଜୁ, ସଂଜୀବ କୁମାର ଚୌଧୁରୀ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ଅନୁରୂପ ଭାବେ ଶ୍ରୀ ସତ୍ୟସାଇ ବିଦ୍ୟାବିହାର, ଭଞ୍ଜନଗର ଠାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୱାଗାର୍ଡ କ୍ଲବ ତରଫରୁ ସଭାପତି ଶ୍ରୀ ବାରିକ ପ୍ରଦାନ କରିଥିଲେ। ଏହାପରେ ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭଞ୍ଜନଗର ଠାରେ ମଧ୍ୟ ରୋଟାରୀ ଦିବସ ବ୍ରହ୍ମାକୁମାରୀ ସନ୍ତୋଷିନୀ ଦେବୀଙ୍କ ସଭାପତିତ୍ୱରେ ପାଳନ କରାଯାଇଛି l ସନ୍ଧ୍ୟାରେ କ୍ଳବ ପରିସରରେ ସମସ୍ତ ରୋଟାରୀ ସଦସ୍ୟ ଓ ଇନର୍ ହୁଇଲ ସଦସ୍ୟାଙ୍କ ଦ୍ୱାରା ରୋଟାରୀ ଦିବସ ଅତିଥି ମାନଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା । ଶେଷରେ ରୋଟାରିୟନ ରାମଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)