ବେଗୁନିଆପଡା,୨୫/୦୨(ପିପିଟି): ବୁଧବାର ଅପରାହ୍ନ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ କୋଦଳା ତାଲୁକା ଆଇନ ସେବା କମିଟି ଆନୁକୁଲ୍ୟରେ ଯୌନ ଶୋଷଣ ବା ଯୌନ ନିର୍ଯାତନାରୁ ଉଦ୍ଧାର ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ୱରଞ୍ଜନ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଆମ ଦେଶରେ ପ୍ରତ୍ୟକ ଦିନ ଅନେକ ମହିଳା ବିଭିନ୍ନ ଅନୁଷ୍ଠାନ ତଥା କାର୍ଯ୍ୟାଳୟରେ ଯୌନ ଶୋଷଣ ବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି, କିନ୍ତୁ ଏହି ଦୁଖଦଃ ଘଟଣାକୁ ସେମାନେ କାହାରିକୁ ଅଭିଯୋଗ ମଧ୍ୟ କରୁନଥିବା ଜଣା ପଡିଛି,ଏହି ଯୌନ ଶୋଷଣରୁ କିପରି ନିଜକୁ ଉଦ୍ଧାର କରିବା ସହିତ ଆଇନର ଆଶ୍ରୟ ନିଆଯିବ ସେହି ସମ୍ପର୍କେ ବିଭିନ୍ନ ପ୍ରକାର ଉଦାହରଣ ମାଧ୍ୟମରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା,ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ବିଚାରପତି ଶୋଭନ କୁମାର ପଣ୍ଡା,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ଅତିରିକ୍ତ ସରକାରୀ ଓକିଲ ରଶ୍ମି ରାଣୀ ପାଇକରାୟ,ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର,ଭଗବାନ ହୋତା ମଞ୍ଚାସୀନ ରହି ଯୌନ ଶୋଷଣରୁ ମୁକ୍ତି ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ । ଏପିପି କାମାକ୍ଷ୍ୟ ପ୍ରସାଦ ମହାପାତ୍ର,ଆଇନଜୀବୀ ମାନସ କୁମାର ମିଶ୍ର,ନୀଳମଣି ପଣ୍ଡା,ଶିବ ଶଙ୍କର ପାଣିଗ୍ରାହୀ, ସମେତ କୋଦଳା ତହସିଲ, କୋର୍ଟ,ଏନ୍ଏସି କର୍ମଚାରୀ ଏବଂ ବହୁ ମହିଳା ମା ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । ପରିଶେଷରେ ଆଇନଜୀବୀ ଶିବ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)