ଯାଜପୁର,୧୧/୦୨(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନ ବଡ଼ କାଏମା ଗ୍ରାମ ପଞ୍ଚାୟତ ଗୋପନଗର ଗ୍ରାମର ସ୍ବର୍ଗତ ସୁଧାକର ସାହୁଙ୍କ ଏକାଦଶାହ ଉପଲକ୍ଷେ ଗତ ତା ୧୦-୦୨-୨୦୨୬ ରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଦେହ ଅସୁସ୍ଥତା କାରଣରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ତାଙ୍କର ଦେହାନ୍ତରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
ଇତି ମଧ୍ୟରେ ଅନୁଷ୍ଠିତ ସ୍ମୃତି ସଭାକୁ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଚରଣ ମହାରଣା ସଭାପତିତ୍ୱ କରୁଥିବା ବେଳେ ଶ୍ରୀଯୁକ୍ତ ବିଦ୍ୟାଧର ସାହୁ,ମଞ୍ଚ ପରିଚାଳନା କରିଥିଲେ। ସଭାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ସାହୁ ଜଣେ ପରୋପକାରୀ ଓ ମିଷ୍ଟଭାଷି ବ୍ୟକ୍ତିତ୍ବ ଥିଲେ। ସେ ଲୋକଙ୍କ ସେବାରେ ରୁଚି ରଖୁଥିଲେ। ବିଭିନ୍ନ ଅନୁଷ୍ଠାନ ସହ ସାମାଜିକ କାର୍ଯ୍ୟରେ ନିଜକୁ ଜଡିତ ରଖୁଥିଲେ। ତାଙ୍କର ଏହି ଶୂନ୍ୟସ୍ଥାନ ଆଉ କେବେ ପୂରଣ ହେବ ନାହିଁ ବୋଲି ସଭାରେ ଅନେକ ଶୁଭେଚ୍ଛୁ ମତବ୍ୟକ୍ତ କରିଥିଲେ।
ଏହି ସଭାରେ ଧର୍ମଶାଳା ବିଧାୟକଙ୍କ ମା’ ମିନତୀ ସାହୁ,ବିଧାୟକଙ୍କ ପ୍ରତିନିଧି ଅଭିଷେକ ରାଉତ, ବିଜେପି ବିଧାୟିକା ପ୍ରାର୍ଥିନୀ ସ୍ମୃତିରେଖା ପହି, କଂଗ୍ରେସ ବିଧାୟକ ପାର୍ଥି ଶ୍ରୀନାଥ ମିଶ୍ର ଓ କିଷାନ ପଣ୍ଡା, ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, ଅଭୟପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିହର ମଳିକ, ଯାଜପୁର ସାଂସଦଙ୍କ ପ୍ରତିନିଧି କାହ୍ନୁଚରଣ ଦାସ,ପଣ୍ଡିତ କାମଦେବ ଶତପଥୀ,ଡ଼ା ପ୍ରଶାନ୍ତ ସ୍ୱାଇଁ,ଶିକ୍ଷକ ନଟବର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଶାନ୍ତ ସାହୁ, ବଡ଼ କାଏମା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ସୋମ୍ୟ ରଞ୍ଜନ ପଣ୍ଡା, ପ୍ରସନ୍ନ ପାଣିଗ୍ରାହୀ, ଶିଶିର ମହାରଣା,ଧ୍ରୁବ ପୃଷ୍ଟି, ଗଣେଶ୍ୱର ନାୟକ,ବସନ୍ତ ପରିଡ଼ା, ଗୋଲଖ ଚନ୍ଦ୍ର ପଲେଇ, ପୂର୍ଣଚନ୍ଦ୍ର ତରାଇ,କୈଳାସ ମୁଦୁଲି, ଶ୍ୟାମ ସୁନ୍ଦର ରାଉତ,ତ୍ରିନାଥ ସାହୁ, ବ୍ରହ୍ମାନନ୍ଦ ନାୟକ,ସାମ୍ବାଦିକ ସବ୍ୟସାଚୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ତତ୍ ସହିତ ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ସଦସ୍ୟଗଣ ସର୍ବଶ୍ରୀ ପ୍ରଦୀପ କର, ଅଶୋକ ଓଝା,ଅମୂଲ୍ୟ ଦାସ, ଶ୍ରୀଧର ଦାସ ସମେତ ଅନେକ ସଦସ୍ୟ ସ୍ମୃତି ଅର୍ଘ୍ୟ ପ୍ରଦାନ କରିଥିଲେ।