ଅଧକ୍ଷାଙ୍କ ନିର୍ଯ୍ୟାତନା ବିରୋଧରେ ଅଧ୍ୟାପକଙ୍କ ନିରବ ପ୍ରତିବାଦ।

0 321

ବୋଲଗଡ,୦୨/୦୨(ପିପିଟି): ରାଜସୁନାଖଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ମହାବିଦ୍ୟାଳୟ ରେ ଅନ୍ୟାୟ, ଅନୀତି କାର୍ଯ୍ୟ ରେ ଲିପ୍ତ ରହିବା ସହିତ ମହାବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି | ଏହି ସମ୍ପର୍କରେ ଉପରିସ୍ଥ ଅଧିକାରୀ ତଥା ଜିଲ୍ଲା ର ଉପଜିଲ୍ଲାପାଳ ଙ୍କୁ କର୍ମଚାରୀ ବୃନ୍ଦ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ଉପଜିଲ୍ଲାପାଳ କୌଣସି ପଦକ୍ଷପ ଗ୍ରହଣ ନ କରିବା ଦ୍ୱାରା ଅଧକ୍ଷା ମହୋଦୟ ଙ୍କର ବେଖାତିର୍ ଭାବ ବହୁମାତ୍ରାରେ ବଢି ବଢି ଚାଲିଛି ଏବଂ ଆକ୍ରୋଶ ମୂଳକ ଭାବେ ଅଧ୍ଯକ୍ଷା ମହାବିଦ୍ୟାଳୟ ର ପରିଚାଳନା କମିଟି ଦ୍ଵରା ସ୍ଥାୟୀ ନିଯୁକ୍ତି ପ୍ରାପ୍ତ ଅଧ୍ୟାପକ ଡ. ପଦ୍ମ ଚରଣ ସାହୁ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ଯେପରିକି ଅଧ୍ୟାପକ ମହୋଦୟଙ୍କୁ ଅଧକ୍ଷା ନିଜର ଅଇଁଠା ଚା ଏବଂ କଫି ପିଇବା ପାଇଁ ବାଧ୍ୟ କରିବା, ନିଜ ଅଫିସ ରେ ଅଧ୍ୟାପକ ଙ୍କୁ କାନଧରି ବସାଉଠା କରିବା ସହିତ ଅଧ୍ୟାପକଙ୍କ ଭଉଣୀ ବାହାଘର ସମୟରେ ତାଙ୍କୁ ଛୁଟି ପ୍ରଦାନ ନକରି ତୋ ବାପା ଝିଅ ବାହାଘର କରିବେ ତୁ କଣ ପାଇଁ ଛୁଟି ନବୁ ତତେ ଛୁଟି ଦେବିନି ତତେ ଯଦି ବନ୍ଧୁ ନିମନ୍ତ୍ରଣ କରିବାର ଅଛି ଫୋନ ରେ କହିଦେ ନହେଲେ ସେ ବନ୍ଧୁ ମାନଙ୍କ ସହିତ ଗୁଆ ସମ୍ପର୍କ କାଟି ଦେ କହିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଦରମା ବନ୍ଦ କରିବାର ଧମକ ଦେଖାଇ ଅନୈତିକ କାର୍ଯ୍ୟ ରେ ତାଙ୍କ ସାଥ୍ ଦବାକୁ ବାଧ୍ୟ କରିବା ସହିତ ତାଙ୍କୁ ସମର୍ଥନ ନ ଜଣାଇଲେ ଆଗକୁ ଚାକିରି ବାବଦରେ ହେବାକୁ ଥିବା ସରକାରୀ ଭେରିଫିକେସନ୍ ରେ ବାଧା ସୃଷ୍ଟି କରିବା ସହିତ ଭେରିଫିକେସନ୍ କରେଇ ଦେବେ ନାହିଁ ବୋଲି ଧମକ ଦେଉଛନ୍ତି ଏବଂ ମନଗଢ଼ା, ଭିତ୍ତିହୀନ, ଅମୂଳକ ଦୋଷାରୋପ କରି ନୋଟିସ ଜାରି କରି ମାନସିକ ସ୍ତରରେ ଚାପ ପ୍ରୟୋଗ କରୁଅଛନ୍ତି| ଏଥି ସହିତ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ବାବଦରେ ଖର୍ଚ୍ଚ ର ବିଲ୍ କରେଇବା ପାଇଁ ଅଧ୍ୟକ୍ଷା ୧୫୦୦୦/_ ଟଙ୍କା ଓ ପିଲାଙ୍କର ବିଶ୍ୱବିଦ୍ୟାଳୟ ଖେଳର TA ଏବଂ DA ଟଙ୍କା ରୁ ୨୫୦୦/_ ଟଙ୍କା ଡ. ପଦ୍ମ ଚରଣ ସାହୁ ଙ୍କ ଠାରୁ ନେଇଥିବା ନିଜେ ଅଧ୍ୟାପକ ଡ. ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି। ପରିଣାମ ସ୍ୱରୂପ ଆଜିଠାରୁ ଜୈନିକ ଅଧ୍ୟାପକ ମହୋଦୟ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍ ପରିଧାନ କରି, ପ୍ଲାକାର୍ଡ ଧରି ନୀରବ ପ୍ରତିବାଦ ରେ ବସି ରହିଛନ୍ତି | ଅଧ୍ୟାପକ ଙ୍କ ସୂଚନା ଅନୁସାରେ ଉପରିସ୍ଥ ଅଧିକାରୀ ଏହାର ବିଚାର କରି ସମାଧାନ ର ବାଟ ବାହାର ନକରିବା ପର୍ଯ୍ୟନ୍ତ ସେ ନୀରବ ପ୍ରତିବାଦ ଜାରି ରଖିବେ | ଏହି ସମ୍ପର୍କରେ ଅଧକ୍ଷା ଙ୍କ ମତାମତ ନେବାକୁ ଚେଷ୍ଟା କରିବାରୁ ସେ କୌଣସି ପ୍ରତିକ୍ରିୟା ନଦେଇ ଏଡ଼େଇ ଚାଲି ଯାଇଥିଲେ।

ରିପୋର୍ଟ୍ -ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.