ବ୍ରହ୍ମପୁର,୨୨/୦୧(ପିପିଟି): ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ ଘଟିକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥି , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ୧୬ତମ ଜାତୀୟ ମତଦାତା ଦିବସ ଅବସରରେ ସଂକଳ୍ପ ଗ୍ରହଣ କରିଥିଲେ । ସେହିପରି ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲ ଅଫିସ,ବ୍ଲକ ଅଫିସ ଓ ଶିକ୍ଷାନୁଷ୍ଠାନ ରେ ସମସ୍ତେ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ନିର୍ବାଚନରେ ଓ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ର ପ୍ରୟାଗ କରିବୁ ବୋଲି ଶପଥ ଗ୍ରହଣ କରିଥିଲେ ।