ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ କେନ୍ଦୁବାଡ଼ିର ୪୪ତମ ବାର୍ଷିକ ଉତ୍ସବ ପାଳିତ ଏବଂ ପୁରସ୍କାର ବିତରଣ।

0 334

ପୋଲସରା,୨୦/୦୧ (ପିପିଟି) :ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡ଼ି ଗ୍ରାମ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ହେମନ୍ତ କୁମାର ନାୟକଙ୍କ ପରିଚାଳନାରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ମାନ୍ୟବର ପଶୁ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯକ୍ରମର ଶୁଭ ଉଦ୍ଘାଟନ କରିବାସହ ପିଲାମାନଙ୍କୁ ନୈତିକ ଓ ଶୃଙ୍ଖଳିତ ଶିକ୍ଷା ଗ୍ରହଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପିପୁଲସ୍ କଲେଜ, ବୁଗୁଡ଼ାର ଓଡ଼ିଆ ବିଭାଗର ମୂଖ୍ୟ ଶ୍ରୀ ଡକ୍ଟର ହିମାଂଶୁ ଶେଖର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବନରେ ଶିକ୍ଷାର ଆବଶ୍ୟକତା ବିଷୟରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦୁବାଡି ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶ୍ରୀ ବିଜୟ କୁମାର ସ୍ବାଇଁ, ସମିତି ସଭ୍ୟ ଶ୍ରୀ ନରେନ୍ଦ୍ର ସ୍ବାଇଁ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ମହାନ୍ତି, ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ବାଇଁ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ନନ୍ଦ କିଶୋର ଗୌଡ଼ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବାସହ ସେମାନଙ୍କ ଭବିଷ୍ୟତ ଉଜ୍ଵଳ ଏବଂ ଅନୁଷ୍ଠାନର ଉତ୍ତରୋତ୍ତର ଶୁଭକାମନା କରିଥିଲେ।ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁ ମହୋଦୟ ସଭାପତିତ୍ବ କରିବା ସଙ୍ଗେ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ବେଦ ପାଠ ପଠନ କରିଥିଲେ। ବିଶେଷ କରି ଆୟୋଜିତ ବାର୍ଷିକ ଉତ୍ସବରେ ଗତ ମାଟ୍ରିକ ବୋର୍ଡ ପରୀକ୍ଷାରେ ଦ୍ୱିତୀୟ ଭାଷା ଇଂରାଜୀ ବିଷୟ ଓ ଗଣିତ ବିଷୟରେ ସର୍ବାଧିକ ମାର୍କ ରଖିବାସହ ବିଦ୍ୟାଳୟ ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ” ସୂର୍ଯ୍ୟମଣି ସ୍କଲାର୍ସିପ, ଦାଶରଥି ମ୍ୟାଥ , ସ୍କଲାର୍ସିପ ଓ ବିଜୟ କୁମାର scholarship ପ୍ରଦାନ କରଯାଇଥିଲା। ଏଥିସହ ଗତ କ୍ରୀଡା ଉତ୍ସବ – 2025ର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସିନ ଅତିଥିମାନେ ପ୍ରସ°ଶାପତ୍ର,ଟ୍ରଫି ଓ ପଦକ ପୁରସ୍କୃତ କରିଥିବାବେଳେ ସ୍ଵତନ୍ତ୍ର ଭାବେ ମୂଖ୍ୟ ଅତିଥି ମହୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ମହୋଦୟ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ।ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଷକଙ୍କ ମନ ଜିଣି ପାରିଥିଲା। ଶେଷରେ ଏହି ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବାର୍ଷିକ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ହେମନ୍ତ କୁମାର ନାୟକ, ସୁବାସ ଚନ୍ଦ୍ର ସାହୁ, ବଳରାମ ମହାରଣା, ହରପ୍ରିୟା ଦଳାଇ, ରିତା ପ୍ରଧାନ, ସୁପ୍ରିୟା ପ୍ରଧାନ, ହରି ହର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରକାଶ ଶବର, ବିଜୟ ଶଙ୍କର ଗମାଙ୍ଗୋ, ମଦନ ମୋହନ ନାୟକ, ନାରାୟଣ ନାୟକ, ଶ୍ରୀତମ କୁମାର ପଣ୍ଡା ଓ ରାତ୍ର ଜଗୁଆଳ, ରମେଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ପ୍ରଧାନ ଶିକ୍ଷକ ମହୋଦୟ ସମସ୍ତଙ୍କ ମଙ୍ଗଳ କାମନା କରି କାର୍ଯକ୍ରମ ସମାପ୍ତ ଘୋଷଣା କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.