କୋଦଳା,୧୯/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ଦୁର୍ନୀତି ଫଲସ ବିଲ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଶାରଣ ବାରମ୍ବାର ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି କିଛି ମାସ ତଳେ କୋଦଳା ବସ୍ ଷ୍ଟାଣ୍ଡ ନିକଟରେ ଅଞ୍ଚଳର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରାୟ ଦଶଲକ୍ଷ ଅଟକଳ ମୂଲ୍ୟ ରେ ମୋ ପ୍ରିୟ କୋଦଳା ନିର୍ମାଣ କରାଯଇଥିବା ବେଳେ ସେଇ କାମ ବର୍ତ୍ତମାନ ସୁଦ୍ଧା ଶେଷ ନହେଉଣୁ ଏବେ ତାହା ଭଗ୍ନ ଅବସ୍ଥାରେ ପଡ଼ିରହିଛି ଓ ବର୍ତ୍ତମାନ ସୁଦ୍ଧା ଲାଇଟ ମଧ୍ୟ ଲଗାଯାଇନାହିଁ । ଯାହା ଶୁଣିବାକୁ ମିଳୁଛି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ଅନ୍ୟ କର୍ମ ଚାରି ମାନେ ଅତ୍ୟଧିକ ପିସି ନେଉଥିବା ଯୋଗୁ ଏଇ ଭଳି ନିମ୍ନମାନର କାମ ହେଉଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି। ଖାଲି ଏତିକି ନୁହଁ ବିଭିନ୍ନ ସମୟରେ ଗୋଟିଏ କାମକୁ ଦୁଇ ଦୁଇ ଥର ସର୍ଟ ଟେଣ୍ଡର ବାହାର କରି ଟଙ୍କା ଆତ୍ମସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ମାଷ୍ଟର ମାଇଣ୍ଡ ଖୋଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି ଆଲୋଚନା ମଧ୍ୟ ହେଉଛି। ଏହି ଏନ୍ଏସି ରେ ହେଉଥିବା ଦୁର୍ନୀତିକୁ ନେଇ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ ମଧ୍ୟ ତଥ୍ୟ ଦେଉନାହାଁନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ। ଏ ନେଇ ଫରୱାର୍ଡ ବ୍ଲକ ପକ୍ଷରେ ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମିଳନୀ ମଧ୍ୟ କରିଥିଲେ। ଆହୁରି ଶ୍ରୀ ମହାନ୍ତି କହିଛନ୍ତି ଭିଜିଲାନ୍ସ ଏହାର ତଦନ୍ତ କଲେ ସବୁ ଗୁମର ଖୋଲିବ।ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ କୋଦଳା ଏନ୍ଏସିରେ ହେଉଥିବା ଦୁର୍ନୀତିକୁ ନେଇ ପିଟିସନ ମଧ୍ୟ ଦେଇଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି ଶ୍ରୀ ମାହାନ୍ତି । ଯଦିଏହାର ତଦନ୍ତ ନ ହୁଏ ତାହାଲେ ମାନ୍ୟବର ଉଚ୍ଚନ୍ୟାୟଳୟର ଆଶ୍ରୟ ନେବେ । କୋଦଳା ଏନ୍ଏସିର ୧୧ ନମ୍ବର ୱାର୍ଡର କାଉସିଲର ଭଗବାନ ପାଢ଼ୀ ମଧ୍ୟ ଏହି ଏନ୍ଏସି ରେ ହେଉଥିବା ଟେଣ୍ଡର ଫିକ୍ସଙ୍ଗ ଗୋଟିଏ କାମକୁ ୨ ଥର ବାହାର କରି ଟଙ୍କା ଆତ୍ମ ସାତ କରିବା ନିମ୍ନ ମାନର କାମହେଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ଓ ପିଡି ଡୁଡାଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀ ପାଢ଼ୀ । ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କରିବେ କେବେ ।