ଭଞ୍ଜନଗର, ୧୦/୦୧(ପିପିଟି):ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ବାହାଡା ପଦର ଠାରେ ବିଦ୍ୟାଳୟ ସ୍ତରୀୟ ପଠନ ପ୍ରୋତ୍ସାହନ ସପ୍ତାହ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ଅବସରପ୍ରାପ୍ତ ସହଗୋଷ୍ଟୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ସାହିତ୍ୟିକ ତଥା ଘୁମୁସର ସମ୍ବାଦର ସମ୍ପାଦକ ନେତାଜୀ ବିଷୋୟୀ, ସି ଆର ସି ସି ସୁରେନ୍ଦ୍ର କୁମାର ଗୌଡ଼, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶ ଯୋଗଦେଇ ପିଲାଙ୍କ ସାହିତ୍ୟ ସୃଜନୀ ଉପରେ ରହିଥିବା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଉଦଯାପନୀ ଉତ୍ସବରେ ଅତିଥିମାନେ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ପଢିବା ଓ ଗଢିବା ଉପରେ ବିଭିନ୍ନ ପ୍ରକାର ଗପ, କବିତା ଓ ନୀତିବାଣୀ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁ ସଂଯୋଜନା ସହ ପିଲାଙ୍କ ଆଗାମୀ ଆଦର୍ଶ ଭବିଷ୍ୟତ ଉପରେ କହିଥିଲେ । ଚାରିଟି ବର୍ଗର ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅତିଥିମାନେ ସେମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା ପତ୍ର ସହ ଟ୍ରଫି ଦେଇ ଉତ୍ସାହିତ କରିଥିଲେ । ଏହି ଅବସରରେ ନୂତନ ଭାବେ ତିଆରି ହୋଇଥିବା ଖୋ ଖୋ ପଡିଆକୁ ଅତିଥିମାନେ ଉଦଘାଟନ କରିଥିଲେ । ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ହୃଷିକେଶ ନାୟକ, ବାବୁଲା ନାୟକ, ପ୍ରବୀଣ କୁମାର ଜେନା,ବିବେକାନନ୍ଦ ସାହୁ,ମଦନ ଗୋପାଳ ଅlପଟ,ସୁଜାତା ପ୍ରଧାନ, ନୟନୀ ସେଠୀ,ପ୍ରଦୀପ ବେହେରା,ଅଶୋକ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)