ଭଞ୍ଜନଗର, ୧୦/୦୧(ପିପିଟି):ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଭିନ୍ନ ସ୍ଥାନରେ ସକ୍ରିୟ ଅଛନ୍ତି।ଗତ କିଛି ଦିନ ତଳେ ଭଞ୍ଜନଗର ପୋଲିସ ଏକ ମୃତ ବାରହା ସମେତ ୩ଜଣ ଶିକାରୀଙ୍କୁ ବନବିଭାଗକୁ ହସ୍ତାନ୍ତର କରିଥିଲା। ଗତ ଶନିବାର ରାତି ସାଢ଼େ ଏଗାରଟା ସମୟରେ ତାର ସିଂ ଆଇଆଇସିଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଲେରୀ ଫାଣ୍ଡି ଏଏସଆଇ ବି. ମଧୁ ବାବୁ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ତଳ ଜିବିକା ଖୁରୁଡୁ ଗୋଚ୍ଛା, କେପିଟି ନିକଟସ୍ଥ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚନ୍ଦ୍ରଗିରି ଜଙ୍ଗଲ ଏବଂ ବାଲିଙ୍କିଆ ରାସ୍ତା ମଧ୍ୟରେ ତଳ ଜିବିକା ଗ୍ରାମ ଆଡ଼କୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପୋଲିସ ଅଟକାଇ ପଚରାଉଚରା କରିଥିଲେ।ସେ ଖୁରୁଡୁଗୋଚ୍ଛା ଗ୍ରାମର ବିଶ୍ୱନାଥ ବାଗ,(୫୦)ବୋଲି ଜଣାପଡ଼ିଛି। ବନ୍ୟପ୍ରାଣୀ ଶିକାର ପାଇଁ ବିଶ୍ୱନାଥ ୨ଟି ଦେଶୀ ବନ୍ଧୁକ ଧରିଥିବାରୁ ତାକୁ ଗିରଫ କରିବା ସହ ଉକ୍ତ ୨ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଏହି ସମ୍ପର୍କରେ ପିଏସ୍ ମାମଲା ନମ୍ବର ୧୦ ତାରିଖ ୧୦/୨୬ ୟୁ/ଏସ୍-୨୫ (୧)(ଏ)/୨୫ (୧-ବି)/୨୭ ଆର୍ମସ୍ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ତାର ସିଂ ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ ପୂଜାରୀ କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)