ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ।

0 310

ଭଞ୍ଜନଗର, ୩୦/୧୨(ପିପିଟି ):ଘୁମୁସରର ବିପ୍ଲବୀ ବୀର ଚକରା ବିଷୋୟୀଙ୍କ ୨୦୩ ତମ ଜୟନ୍ତୀ ତାଙ୍କ ଭିଟାମାଟି ସାନ କୋଦଣ୍ଡା ପଞ୍ଚାୟତର ବିଞ୍ଝଗିରି ଠାରେ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ତଥା ସାହିତ୍ୟିକ ଡ଼. ରୋଜାଲିନ ସେନାପତି,ଅତିଥି ଭାବେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଡ, ସନ୍ତୋଷ କୁମାର ଆପଟ,ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼, ସରପଞ୍ଚ ଲଖଣ ନାୟକ, ସମିତିସଭ୍ୟା ନମିତା ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗଦେଇ ଚକରାଙ୍କ ସଂଗ୍ରାମୀ ଜୀବନ ସହ ଦୈବୀ କୃପା ଲାଭ କରିଥିବା କହିଥିଲେ । ଏହି ଅବସରରେ ଜଗଦୀଶ ପାଣିଗ୍ରାହୀ ଓ ରିତାରାଣୀ ମହାପାତ୍ରଙ୍କ ଚକରା ଜୀବନି ସମ୍ପର୍କିତ ଅନୁବାଦ, ସଂସ୍କରଣ ଦୁଇଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଚକରାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିପ୍ଳବୀ ଚକରା ବିଷୋୟୀ ସ୍ମାରକୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ପୂର୍ବରୁ ଚକରା ବିଷୋୟୀଙ୍କ ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ପରେ ପରେ ପ୍ରଫୁଲ୍ଲ ବେହେରାଙ୍କ ରଚିତ ଓ ନିର୍ଦେଶନାରେ “ଚକରାର ଚକ୍ରବ୍ୟୁହ” ନାଟକ ପରିବେଷଣ କରାଯାଇଥିଲା । ଏହାପରେ ତଳଜୀବିକା, ବଡକୋଦଣ୍ଡା, ସାନକୋଦଣ୍ଡା ,ବାହାଡାପଦର, ବିଞ୍ଝଗିରି, ମହିଳା ମହାବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ । ପଂଚାୟତ ଓ ଆଖପାଖରୁ ଆସିଥିବା ଚକରାପ୍ରେମୀ ମାନଙ୍କୁ ବିଧାୟକ ଶ୍ରୀ ନାୟକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ଚକରା ପ୍ରେମୀ ଯୋଗ ଦେଇଥିଲେ । ଦୁର୍ଗା ତ୍ରିପାଠୀ, ରବୀନ୍ଦ୍ର ଗୌଡ଼, ସାଗରୀକା ଆଚାର୍ଯ୍ୟ ସଂଯୋଜନା କରିଥିଲେ । ବିଞ୍ଝଗିରିର ଗ୍ରାମବାସୀ ସମେତ ପଂଚାୟତର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.