କବିସୂର୍ଯ୍ୟନଗର ବିଧାୟକଙ୍କ ଦ୍ବରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ।

0 221

କୋଦଳା,୨୦/୧୨(ପିପିଟି):ବେଗୁନିଆପଡା ବ୍ଲକ ନିକଟସ୍ଥ ବାପୁଜୀ ଷ୍ଟାଡିୟମ ଠାରେ ପାୟୋନିୟର କ୍ରିକେଟ କ୍ଲବ ତତ୍ୱାବଧାନରେ ଶନିବାର ଦିନ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବିଜେପି ରାଜ୍ୟ ପରିଷଦ ସଦସ୍ୟ ସତୀଶ ରଞ୍ଜନ ତାରିଣୀ,ସରପଞ୍ଚ କାଶୀନାଥ ବେହେରା,ଶିବ ଶଙ୍କର ବାରିକ, ସନ୍ତୋଷ କୁମାର ସ୍ୱାଇଁ,ପଙ୍କଜ କୁମାର ସେଠି, ମୁକୁନ୍ଦ ମାଧବ ସ୍ୱାଇଁ, ବିନୋଦ ଚନ୍ଦ୍ର ଜେନା, ପ୍ରତିମା ପାଢ଼ୀ ସମିତି ସଭ୍ୟା ସୁଚିତ୍ରା ମହାନ୍ତି, ସମାଜସେବୀ ଦନାର୍ଦନ ଦାସ,ଶରତ ଚନ୍ଦ୍ର ପାଣ୍ଡି,ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ,ନିରଞ୍ଜନ ପ୍ରଧାନ,ରତନ ବିଷୋୟୀ, ସ୍ଥାନୀୟ ସଭାପତି ଏ. ମୋହନ ଆଚାରୀ, କ୍ୟାପଟେନ ଗୋପାଳ କୃଷ୍ଣ ଦୋରା ଯୋଗଦେଇ କ୍ରୀଡାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। କ୍ରୀଡା ଦ୍ୱାରା ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରିବା ସହ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି ହୋଇପାରୁଛି । ପାୟୋନିୟର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ମାନେ ପାରିଚାଳନା କରିଥିଲେ । ଆଜିର ମ୍ୟାଚ ହିଞ୍ଜିଳିକାଟୁ ସହିତ ଧରାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.