ସୁବର୍ଣ୍ଣପୁର ,୧୮/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗାନ୍ଧୀ ପଡିଆ ଠାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବା ସହିତ ଜିତ ହାର ପ୍ରତି ଗୁରୁତ୍ଵ ନ ଦେଇ ଖେଳୁଆଡ ମନୋଭାବ ନେଇ ଆଗକୁ ବଢି ବାକୁ ପରାମର୍ଶ ଦେଇଥିଲେ । ଆଜି ର ଖେଳ ପ୍ରତିଯୋଗିତା ରେ ପାଞ୍ଚ ଗୋଟି ଇଭେଣ୍ଟ ରେ ମ୍ୟୁଜିକ ଚେୟାର, ସ୍କିପିଂ, ରିଲେ ରେସ, ଟଗ ଅଫ ୱାର, ଓ ବିଶେଷ ଆକର୍ଷଣ କୱାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହି ଦୁଇ ଦିନିଆ କ୍ରିଡ଼ା ପ୍ରତିଯୋଗିତା ରେ ଚାରି ଗୋଟି ଇଭେଣ୍ଟ ରେ ଭାଗ ନେଇ ଦୁଇଟି ରେ ପ୍ରଥମ ଓ ଦୁଇଟି ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ରଥମ ବର୍ଷ ର କଳା ଛାତ୍ରୀ କୌଶଲ୍ୟା ବଘାର ଚମ୍ପିୟାନ ହୋଇ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେହିପରି ଗତ କାଲି ଏହି କ୍ରୀଡ଼ା ପ୍ରତିଯୋଗିତା କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ମୟୀ ମିଶ୍ର ଉଦ୍ଘାଟନ କରି କ୍ରୀଡ଼ା ଦ୍ବାରା ହିଁ ଶରୀର ସୁସ୍ଥ ରହେ ଓ ମନ ପ୍ରଫୁଲ୍ଲ ରହେ ବୋଲି କହିଥିଲେ । ଗତ କାଲି ୯ଗୋଟି ଇଭେଣ୍ଟ ରେ ଖେଳ ପ୍ରତିଯୋଗିତା ପରିଚାଳନା କରା ଯାଇଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ଦାଶ ଙ୍କ ତତ୍ୱା ବଧାନ ରେ ସମସ୍ତ ଖେଳ ଅନୁଷ୍ଟିତ ହୋଇଥିଲା । ଉଦଯାପନୀ ଉତ୍ସବ ରେ ଇଂରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସଭା ପରିଚାଳନା କରିଥିଲେ । ଏବଂ ସମସ୍ତ କାର୍ଯ୍ଯ କ୍ରମ ରେ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ସହଯୋଗ ଓ ଇନ୍ଫିନିଟି ଏକାଡେମୀ ର କର୍ମ କର୍ତ୍ତା ସହଯୋଗ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ