ଆନନ୍ଦ ଉଲ୍ଲାସର ସହିତ ପ୍ରତିଷ୍ଠାତାଙ୍କ ଜନ୍ମଜୟନ୍ତୀ ପାଳନ।

0 199

ଭଞ୍ଜନଗର, ୧୨/୧୨(ପିପିଟି ):ବାହାଡ଼ା ଝୋଲା ସରସ୍ୱତୀ ଶିଶୁମନ୍ଦିରର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ଆଜି ଥିଲା ୫୫ତମ ଜନ୍ମ ଜୟନ୍ତୀ।ଏହି ଅବସରରେ ଆଜି ବିଦ୍ୟାଳୟରେ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଥିଲା।ବିଦ୍ୟାଳୟ କୁ ଶ୍ରୀ ସାହୁଙ୍କ ଆଗମନରେ ପୁରା ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ସନସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀମାନେ ଏହି ପବିତ୍ର ଦିବସରେ ପ୍ରତିଷ୍ଠାତା ଶ୍ରୀ ସାହୁଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ।ସମସ୍ତଙ୍କ ଗହଣରେ ଶ୍ରୀ ସାହୁ କେକ୍ କାଟି ଆଜିର ପବିତ୍ର ଦିନଟିକୁ ଅଧିକ ସ୍ମରଣୀୟ କରିଥିଲେ।ସ୍ଥାନୀୟ ଅଞ୍ଚଳରେ ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ସେ ବିଗତ ୧୬ବର୍ଷ ହେଲା ଏହି ବିଦ୍ୟାଳୟକୁ ସ୍ଥାପନ କରି ବେଶ ପ୍ରଶଂସା ସାଉଁଟିଛନ୍ତି।ଆଗାମୀ ଦିନରେ ମଧ୍ୟ ଏହି ବିଦ୍ୟାଳୟକୁ ଏକ ଉନ୍ନତ ମାନର ଶିକ୍ଷାକେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଶ୍ରୀ ସାହୁ ଲକ୍ଷ୍ୟ ରଖିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.