କାରାଗାର ପ୍ରତିଷ୍ଠା ଦିବସ ପାଳିତ ।

0 176

ଭଞ୍ଜନଗର ,୧୨/୧୨(ପିପିଟି):ସ୍ଥାନୀୟ ସ୍ୱତନ୍ତ୍ର କାରାଗାରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥି ନିମିତ୍ତ ଆୟୋଜିତ ଉତ୍ସବରେ କାରାଗାର ଅଧିକ୍ଷକ ମାନସ ରଞ୍ଜନ ସାମନ୍ତ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠ,ଭାରପ୍ରାପ୍ତ ଥାନାଧିକାରୀ ଜୀବନା ନନ୍ଦ ଜେନା, ଅବସର ପ୍ରାପ୍ତ ରେଞ୍ଜ ଅଫିସର ଅନୁପମ ବାନାର୍ଜୀ,ସହଗୋଷ୍ଟି ଶିକ୍ଷଧିକାରୀ ଜଗବନ୍ଧୁଜେନା,ଡାକ୍ତର ପିତାମ୍ବର ଅଗସ୍ତି, ଫର୍ମାସିଷ୍ଟି ଆଶିଷ କୁମାର ପୃଷ୍ଟି, ଯୋଗାଗୁରୁ ଗୌତମ ପାତ୍ର, ରଞ୍ଜିତ କୁମାର ବେହେରା ପ୍ରମୁଖ ସନମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପୂର୍ବରୁ ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା lସେହି କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।
ଉତ୍ସବ ଆରମ୍ଭରେ କଣ୍ଠ ଶିଳ୍ପୀ ବିଶ୍ୱଜିତ ମହାରଣାଙ୍କ ଦ୍ୱାରା ରାଜ୍ୟର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କାରାଗାରର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଆନ୍ତର୍ଜାତୀୟ ମାନବାଧିକାର ଦିବସ ଅବସରରେ ବିଗତ କିଛି ବର୍ଷଧରି ଓଡ଼ିଶାରେ କାରାଗାର ପ୍ରତିଷ୍ଠା ଦିବସ ପାଳନ କରାଯଉଛି ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.