କୋଦଳା କୋର୍ଟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ ।

0 286

ବେଗୁନିଆପଡା,୧୦/୦୧(ପିପିଟି): ବୁଧବାର ଅପରାହ୍ନରେ କୋଦଳା କୋର୍ଟ ପରିସରରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମାନବିକ ଅଧିକାରର ଐତିହାସିକ ବିକାଶର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଜଜ ଶ୍ରୀ ବେହେରା । ବରିଷ୍ଠ ଦେୱାନ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା ମାନବ ଅଧିକାରର ଆବଶ୍ୟକତା ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଜେଏମଏଫସି ବିଚାରପତି ଶୋଭନ ପଣ୍ଡା,ଆଜିର ଦିବସର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ତିନିଗୋଟି କୋର୍ଟର ଏପିପି ଆଇନଜୀବୀ ସୁବାଷ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପୋଲାଇ, ସୁବ୍ରମଣୀ ଦାଶ, ବାର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ଉପ ସଭାପତି ଅବନୀ ଶଙ୍କର ମିଶ୍ର ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିବା ବେଳେ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ମାନବିକ ଅଧିକାର ଦିବସ ଉପରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏପିପି ସୁବାଷ ଚନ୍ଦ୍ର ସାହୁ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ଭଗବାନ ହୋତା,କରୁଣା କର ସାହୁ, ଭଗବାନ ମହାପାତ୍ର, ସୋମନାଥ ବେହେରା,ଭାଗିରଥି ନାୟକ,ଭାଗିରଥି ବେହେରା, ନୀଳମଣି ପଣ୍ଡା,ଭାସ୍କର ସ୍ୱାଇଁ ସମେତ କୋର୍ଟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପ୍ରତିପାଦନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.