ଆମ୍ବେଦକରଙ୍କ ସ୍ମୃତିରେ ମହାପରାୟଣ ଦିବସ ପାଳନ ।

0 220

ଭଞ୍ଜନଗର, ୦୭/୧୨(ପିପିଟି ):ଭଞ୍ଜନଗର ବ୍ଲକ ଅନୁସୂଚିତ ଜାତି ଓ ଜନ ଜାତି ଶିକ୍ଷକ କଲ୍ୟାଣ ମହାସଙ୍ଘ ତରଫରୁ ଭାରତରତ୍ନ ବାବା ସାହେବ ଡ଼କ୍ଟର. ଭିମା ରାଓ ଆମ୍ବେଦକରଙ୍କ ମହାପରାୟଣ ଦିବସ ଭଞ୍ଜନଗର ସ୍ଥିତ ଶିକ୍ଷକ ଭବନ ଠାରେ ପାଳନ କରାଯାଇଛି। ଭଞ୍ଜନଗର ବ୍ଲକର ଅନୁସୂଚିତ ଜାତି ଓ ଜନ ଜାତି ଶିକ୍ଷକ ସଙ୍ଘର କର୍ମକର୍ତ୍ତା ମାନେ ଆମ୍ବେଦକରଙ୍କ ଗୁଣ ଓ ଯଶକୁ ଗାନ କରିବା ସହିତ ତାଙ୍କ ଅବଦାନ ସମାଜ ପାଇଁ ଅତୁଳନୀୟ ବୋଲି କହିଥିଲେ। ବାବା ସାହେବଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ କାଳି ଚରଣ ନାଇକ,ଜଗଦୀଶ ନାଇକ, କାଳି ଚରଣ ସେଠି, ଶିବାଶିଷ ବେହେରା, ସୁଦାମ ଦଳବରା, ସୁଧୀର ବେହେରା , ଭକ୍ତ ବନ୍ଧୁ ବିଷୋୟୀ, ବୃନ୍ଦାବନ ସେଠି, ଦିବାକର ସେଠି, ରାଜେନ୍ଦ୍ର ଗୁରୁ,ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.