ପୋଲସରାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ।

0 185

ପୋଲସରା ,୦୪/୧୨ (ପିପିଟି):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ବିଶ୍ୱରେ ଡିସେମ୍ବର ମାସ ୩ ତାରିଖ ଦିନ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ହୋଇ ଆସୁଥିବା ବେଳେ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବାଲୁକେଶ୍ବର ଉଚ୍ଚ ବିଦ୍ୟାଳୟ ରାଣିପଡା ଠାରେ ଏହି ଦିବସ ପାଳିତ ହୋଇଯାଇଛି। ଅନ୍ତନିବେର୍ଶି ଶିକ୍ଷା ବିଭାଗ,ସମଗ୍ର ଶିକ୍ଷା,ଗଂଜାମ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗା ସଭାପତିତ୍ବ କରିଥିଲେ। ଏଥିରେ ସ୍ଥାନୀୟ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତାଭାବେ ଏବିଇଓ ସ୍ୱରୂପ କୁମାର ପାତ୍ର,ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମୁଦୁଲି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଣୀପଡାର ପ୍ରଧାନ ଶିକ୍ଷକ ବଳରାମ ବେହେରା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ “ପ୍ରୟାସ” ପୃଷ୍ଟିକାକୁ ଉନ୍ମୋଚନ କରିଥିଲେ। ପରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର ଓ ବାସ୍କେଟବଲ୍ ଥ୍ରୋ ଆଦି ପ୍ରତିଯୋଗିତା ଏବଂ ପିଲାମାନଙ୍କୁ ନେଇ ସହରରେ ଏକ ସଚେତନ ରାଲି କରାଯାଇଥିଲା। ପରେ ପୂର୍ବତନ ସିଆରସିସି ଜଗନ୍ନାଥ ପଣ୍ଡାଙ୍କ ମଂଚ ପରିଚାଳନାରେ ଉକ୍ତ ମଞ୍ଚାସିନ ଅତିଥିବୃନ୍ଦ ଦିବ୍ୟାଙ୍କ ମାନଙ୍କୁ ବୋଝ ମନେ ନ କରି ନିଜର ବୋଲି ଭାବି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କିଭଳି ଭାବେ କରାଯାଇପାରିବ, ଯଦ୍ଵାରା ସେମାନେ ଅକ୍ଷମତାରୁ ବାହାରି ଆତ୍ମ ସମ୍ମାନର ସହିତ ନିଜର ଭବିଷ୍ୟତ ଉଜ୍ଜଳ କରିବାର ସୂଯୋଗ ପାଇପାରିବେ ଏଥିପାଇଁ ସରକାର ନିରନ୍ତର ପ୍ରୟାସ ଜାରିରଖିଛନ୍ତି। କିନ୍ତୁ ଏମାନଙ୍କୁ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ନାଗରିକଭାବେ ପ୍ରତିଷ୍ଠିତ କରିବାକୁ ହେଲେ ମୁଖ୍ୟତ ଅଭିଭାବକ ମଣ୍ଡଳୀର ଯଥେଷ୍ଠ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ପରେ ଏନଏସି ଏବଂ ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରୁ ଅଭିଭାବକ ମାନଙ୍କ ସହିତ ଆସିଥିବା ଉପସ୍ଥିତ ୧୦୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୯ ଜଣ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ପ୍ରଶ°ସାପତ୍ର,ଟ୍ରଫି ଓ ଶିତବସ୍ତ୍ର ପ୍ରଦାନ କରାଯାଇଥିବା ବେଳେ ବାକି ଅନ୍ୟ ସମସ୍ତଙ୍କୁ ଶିତବସ୍ତ୍ର ଦିଆଯାଇଥିଲା। ଏଥିସହ ସମସ୍ତଙ୍କୁ ଗସ୍ତଖର୍ଚ୍ଚ ମଧ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥିବୃନ୍ଦଙ୍କୁ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ବିଆରଟି ଉପେନ୍ଦ୍ର କୁମାର ସେଠୀ ଓ କମଳିନୀ ମହାପାତ୍ର ମିଳିତଭାବେ ପରିଚାଳନା କରିଥିବାବେଳେ ସମସ୍ତ ଅନ୍ତର୍ନିବେଶୀ ସ୍ବେଛାସେବୀଙ୍କ ସମେତ ସମସ୍ତ ସିଆରସିସିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.