ଜନସମ୍ପର୍କ ପଦଯାତ୍ରା ଘର ଘର ବୁଲିବୁ, ସମ୍ପର୍କ ମଜବୁତ କରିବୁ : ପ୍ରୀତି ରଞ୍ଜନ ।

0 238

କାଳିଆପାଣି,୩୦/୧୧(ପିପିଟି):ବିଜୁ ଜନତା ଦଳ ପକ୍ଷରୁ କାଳିଆପାଣି ଖଣିଅଞ୍ଚଳରେ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସାର୍ବଜନୀନ ଦୁର୍ଗାପୂଜା ପଡିଆଠାରୁ ଆରମ୍ଭ ହୋଇ ପ୍ରୀତିନଗର କେଟିଏଲ୍ କ୍ୟାମ୍ପ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରାରେ ସହସ୍ରାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ଏବଂ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଉଦବୋଧନ ରଖିଥିଲେ।

ପ୍ରୀତିରଞ୍ଜନ ଘଡ଼ାଇ କହିଲେ ଯେ, ସୁକିନ୍ଦାରେ ଗତ ଦୁଇ ବର୍ଷ ଧରି ବିକାଶ କାର୍ଯ୍ୟ ବାଧାଗ୍ରସ୍ତ ହୋଇଛି। “ଲୋକେ ଯେ ବିକାଶ ଆଶା କରିଥିଲେ, ସେଥିରେ ବିନାଶ ଦେଖାଯାଉଛି। ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ କରି କର୍ମୀମାନେ ଘରେ ଘରେ, ସାହିସାହିରେ ସମ୍ପର୍କ ମଜବୁତ କରିବାକୁ ପଡିବ,” ବୋଲି ସେ ଆହ୍ୱାନ ଜଣାଇଲେ।

ସେହିପରି ଶର୍ମିଷ୍ଠା ସେଠି ବର୍ତ୍ତମାନ ସରକାରକୁ ତୀବ୍ର ଆକ୍ରମଣ କରି କହିଲେ, “ଭୋଟ ଚୋରି ହୋଉ କି ଚାକିରି ଚୋରି ସବୁଠି ସରକାରୀ ଦଳର ଲିପ୍ତତା ଦେଖାଯାଉଛି। ସୁକିନ୍ଦା ଜନତା ଆସନ୍ତା ନିର୍ବାଚନରେ ଏହି ସରକାରକୁ ଉଚିତ ଶିକ୍ଷା ଦେବେ।”

କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ,ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ଏସଆରସି କେଏମଏସ୍ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି, ଶ୍ରମିକ ସଂଘ ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଜିଲ୍ଲାପରିଷଦ ସଦସ୍ୟ ଜେମା ଚାଖି, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର,କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ କୁମାର ପରିଡା,ରାଂଶୋଳ ସରପଞ୍ଚ କନକଲତା ସର୍ଦାର ସହ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସାତଟି ପଞ୍ଚାୟତର ବିଜେଡି ନେତୃତ୍ୱ ଓ ସ୍ଥାନୀୟ କର୍ମୀମାନଙ୍କ ସକ୍ରିୟ ଯୋଗଦାନରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଲା ।

Leave A Reply

Your email address will not be published.