ପୋଲସରା ,୩୦/୧୧(ପିପିଟି) ଭାରତ ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୁପକ୍ଷ (ଓସେପା)ଙ୍କ ନିର୍ଦ୍ଦେଶରେ ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସୁନାମଧନ୍ୟ ଗୋପବନ୍ଧୁ ହାଇସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ ଏଵଂ ସମ୍ମାନୀତ ଅତିଥିଭାବେ ଏବିଇଓ ସ୍ୱରୂପ କୁମାର ପାତ୍ର,ବରିଷ୍ଠ ଶିକ୍ଷକ ପ୍ରଭାକର ପ୍ରଧାନ ଓ ସିଆରସିସି ରାକେଶ ରୋଷନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା କୁଇଜ୍ ପ୍ରଶ୍ନ ପେପର ପ୍ୟାକେଟକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଖୋଲାଯିବାପରେ ବିଭିନ୍ନ ବିଦ୍ୟାଳୟ ସମେତ ଓଏଭି ହାତୀଓଟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ପେପର ବଣ୍ଟା ଯାଇଥିଲା। ପରେ ୫୦ ମାର୍କ ବିଶିଷ୍ଟ ବିଜ୍ଞାନ,ସାମାଜିକ ଓ ଗଣିତ ଆଦି ବିଷୟକୁ ନେଇ ଉତ୍ତର ଛାତ୍ରଛାତ୍ରୀମାନେ ପ୍ରଦାନ କରିଥିଲେ। ଶେଷରେ ଅତିଥିବୃନ୍ଦଙ୍କ ଦ୍ବାରା ଶବ୍ ଜୁନିୟର ବିଭାଗରେ ପ୍ରଥମ ରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଆଶୁତୋଷ ମିଶ୍ର, ଜିତ୍ ପ୍ରସାଦ ନାହାକ,ଶ୍ରେୟାଁସୁ ସାହୁ ଏଵଂ ଦୁର୍ଗାପ୍ରସାଦ ଡ଼ାକୁଆଙ୍କୁ ଜୁନିୟର ବିଭାଗରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଧନେଶ୍ଵର ସାହୁ,ରିତେଶ ମହାପାତ୍ର ଓ ଦିବ୍ୟା°ଶୁ ସାହୁଙ୍କୁ ଏବଂ ସିନିୟର୍ ବିଭାଗରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ବିଶ୍ୱରଂଜନ ସାହୁ,ସୋନାଲି ପାତ୍ର ଓ ରାହୁଲ ପ୍ରଧାନ ଏହି ୧୦ ଜଣ କୃତିତ୍ୱ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏହି ମେଧାଶକ୍ତି କାର୍ଯ୍ୟକ୍ରମରେ ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ସିଆରସିସିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା