କୋଦଳା ଏନ୍ଏସିରେ ଟେଣ୍ଡର ଦୁର୍ନୀତିର ତଦନ୍ତ ଦାବୀ।

0 490

ବ୍ରହ୍ମପୁର,୨୯/୧୧(ପିପିଟି):କୋଦଳା ଏନ୍ଏସିର ଖରୁଡା ସାହିର ଚନ୍ଦନି ତଥା ମଣ୍ଡପ ନିର୍ମାଣ ହୋଇ ତା-୧୭/୧୦/୨୦୨୫ ରେ ପ୍ରତିଷ୍ଠା କରାଯାଇଛି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନଗରପାଳ ମଧ୍ଯ ଉପସ୍ଥିତ ଥିଲେ। ବର୍ତ୍ତମାନ ତା-୦୬/୧୧/୨୦୨୫ ରେ ଉକ୍ତ ମଣ୍ଡପର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨ ଲକ୍ଷ ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। କୋଦଳା ଏନ୍ଏସିରେ ଖୁଲମଖୁଲା ଦୁର୍ନୀତି ଚାଲିଛି । ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ନିର୍ବାହୀ ଅଧିକାରୀ,ଯନ୍ତ୍ରୀ,ଏକାଉଣ୍ଟେଟ ଓ ନଗରପାଳ ବୋଲି ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି କହିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ତେ ନୀରବ। ରାଜ୍ୟ ସରକାର ଦୁର୍ନୀତି ମୁକ୍ତ କଥା କହୁଥିବାବେଳେ କାର୍ଯ୍ଯକାରୀ ହେଉ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଘଟଣା ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ,ଭିଜିଲାନ୍ସ, ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡୁଡାଙ୍କୁ ଅଭିଯୋଗ କରିଛନ୍ତି ଶ୍ରୀ ମହାନ୍ତି ।

Leave A Reply

Your email address will not be published.