ରୋଟାରୀ କ୍ଳବ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

0 115

ବେଲଗୁଣ୍ଠା, ୨୯/୧୧(ପିପିଟି ):ବେଲଗୁଣ୍ଠା ବଣିକ ସଂଘ, ଭଞ୍ଜନଗର ରୋଟାରୀ କ୍ଳବ୍ ଏବଂ ଇନର୍ ହ୍ୱିଲ୍ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ରୋଡ଼୍ ସ୍ଥିତ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ସଡ଼କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ବାରିକ, ଇନର୍ ହ୍ୱିଲ୍ କ୍ଲବ୍ ସଭାପତି ସୁନିତା ବାରିକ, ସମ୍ପାଦିକା ବବିତା କୁମାରୀ, ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି,ସଦସ୍ୟ ଶ୍ରୀନୀବାସ ସୁବୁଦ୍ଧି,ସୁଶାନ୍ତ କୁମାର ବେହେରା, ଦିବ୍ୟ ରଞ୍ଜନ ଦାଶ,କାର୍ତ୍ତିକ ଦଳବେହେରା, ଭି ଦେବୀ ପ୍ରସାଦ ପାତ୍ର, ଇନର ହୁଇଲ କ୍ଲବ ର ଆଇ ଏସ ଓ ଖୁସି ସୁବୁଦ୍ଧିଙ୍କ ସମେତ ଜୟ ହୋ ଘୁମୁସର ସେବା ଏବଂ ବିପଦର ବନ୍ଧୁ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କୁ ହେଲମେଟ୍ ପିନ୍ଧି ଦୁଇ ଚକିଆ ଗାଡ଼ି ଚଳାଇବା,ସିଟ୍ ବେଲ୍ଟ ବାନ୍ଧି ଚାରି ଚକିଆ ଚଳାଇବା,ମଦ୍ୟ ପାନ କରି ଗାଡ଼ି ନ ଚଲାଇବା ଏବଂ ଗାଡ଼ି ଚଳାଇବା ସମୟରେ ସଡ଼କ ସୁରକ୍ଷାର ସମସ୍ତ ନିୟମ ମାନିବା ପାଇଁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବଣିକ ସଂଘ, ଭଞ୍ଜନଗର ରୋଟାରୀ କ୍ଳବ୍ ଏବଂ ଇନର୍ ହ୍ୱିଲ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.