ଜିଲ୍ଲା ସ୍ତରୀୟ ଯୌତୁକ ନିବାରଣ ଅଧିନିୟମ ଉପରେ ତାଲିମ ।

0 106

ମାଲକାନଗିରି, ୨୯/୧୧(ପିପିଟି):ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ : ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ପିଓ କମ ପିଓ ଟି.ଜୟାଲକ୍ଷ୍ମୀ , ଜିଲ୍ଲା ସଞ୍ଜଜକ ମହିଳା ସଶକ୍ତିକରଣ ମନି ମୋହନ ସରକାର ଉପସ୍ଥିତ ରହି ଜିଲ୍ଲାରେ ଯେପରି କୌଣସି ମହିଳା ଯୌତୁକ ପ୍ରଥା ପାଇଁ ପୀଡିତ ନ ହୁଅନ୍ତୁ ଏବଂ ଜିଲ୍ଲା ରେ ଗାଁ ଗାଁ ରେ ମହିଳା ମାନଙ୍କୁ ସଚେତନ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ସୁପରଭାଇଜର ଓ ଜ଼ିଲ୍ଲା ର ସମସ୍ତ ମହିଳା ପୋଲିସ ସହାୟକ ଡେସ୍କ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶକ୍ତି ସଦନ କର୍ମଚାରି , ଓଂଷ୍ଟାଫ୍ ର କର୍ମଚାରି, ସ୍ୱୟଂ ସହାୟକ ଗୋଷ୍ଠୀ , ପୂଜକ ଓ ପଣ୍ଡିତ, ଡିଏଲଏସ୍ କର୍ମଚାରୀ ବୃନ୍ଦ , ବିଭିନ୍ନ କଲେଜ୍ ର କର୍ମଚାରି ବୃନ୍ଦ, ଛାତ୍ର ସଂଘ , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର କର୍ମଚାରି ଉପସ୍ଥିତ ଥିଲେ । ଏହି ଶିବିର ରେ ଅଶୋକ କୁମାର ପଟ୍ଟନIୟକ (ଚିଫ୍ ଲିଗାଲ ଡିଫେନ୍ସ କାଉନସେଲର) , ଡିଏସପି ମମତା ପାଣିଗ୍ରାହୀ ଯୌତୁକ ନିବାରଣ ଅଧିନିୟମ ଆଇନ, ୧୯୬୧ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.