ବିଶ୍ୱ ଭିନ୍ନକ୍ଷମ ଦିବସରେ ଦିବ୍ୟାଙ୍ଗଙ୍କ ବିଭିନ୍ନ ଦାବି ଉପସ୍ଥାପନ ।

0 236

ଭଞ୍ଜନଗର, ୨୯/୧୧(ପିପିଟି):ବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଓଡିଶା ବିକଳାଙ୍ଗ ମଞ୍ଚ ଓ ସ୍ବେଚ୍ଛାସେବୀ ସଙ୍ଗଠନ ବାର୍ଡର ମିଳିତ ସହଯୋଗରେ ସ୍ଥାନୀୟ ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତ ସଭାଗୃହରେ ଆମ ଅଧିକାର ଆମକୁ ଦିଅ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟ ମୁଖମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରୀ ପରିଷଦକୁ ଘୁମୁସର ଉପଜିଲ୍ଲାପାଳ ଓ ଭଞ୍ଜନଗର ବିଧାୟକଙ୍କ ଜରିଆରେ ପ୍ରଦାନ କରାଯାଇଛି I ଦିବ୍ୟାଙ୍ଗ ଅଧିକାର ନିମନ୍ତେ ଭାରତ ସରକାର ୨୦୧୬ ମସିହାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ ଲାଗୁ ହେବାର ଏକଦଶନ୍ଧି ନିକଟରେ ପୂର୍ଣାଙ୍ଗ ହେବାକୁ ଯାଉଛି ହେଲେ, ସଚେତନତା ଓ ଆନ୍ତରିକତାର ଅଭାବ କାରଣରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଥିବା ଅଧିକାରଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବେଞ୍ଚମାର୍କ ଦିବ୍ୟାଙ୍ଗଙ୍କୁ ମାସିକ ଭତା ୩୫୦୦ ଟଙ୍କା ପ୍ରଦାନ, ଘୁମୁସର ଜିଲ୍ଲା ଘୋଷଣା ହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରାବାହିକ କାର୍ଯ୍ୟ କରିବା, ଭାରତ ସରକାରଙ୍କ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ର ଅଧ୍ୟାୟ ୮ରେ ପ୍ରଦତ୍ତ ଧାରା ୪୦ ରୁ ୪୫ ଉଲ୍ଲେଖ ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପରିବହନକୁ ସୁଗମ୍ୟ ଉପସ୍ଥିତି ଭାବରେ ଗଢ଼ାଯାଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ଅନୁଷ୍ଠାନ, ପାର୍କ, ବିଦ୍ୟାଳୟରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରାଯାଉ। ବିଶେଷକରି, ଭଞ୍ଜନଗରର ଟାଉନ୍ ହଲ୍, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ଏନ୍.ଏ.ସି, ଆର୍.ଏମ୍.ସି ସଭାଗୃହ, ଲୋକସୂଚନା ପାଠାଗାର, ସି.ଡି.ପି.ଓ ଓ ବ୍ଲକ ଅଫିସ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଶିକ୍ଷା ଅନୁଷ୍ଠାନ, ତହସିଲଦାର ଅଫିସ, ଆର୍.ଟି.ଓ., ଡି.ଏଫ୍.ଓ. ଅଫିସ, କୋର୍ଟ ହଲ୍, ଏସ୍.ଡି.ପି.ଓ ଓ ଏ.ଏସ୍.ପି. ଅଫିସ, ଏଲ୍.ଆଇ.ସି ଓ ବାଣିଜ୍ୟ ବ୍ୟାଙ୍କ, ଅଫିସ, ପ୍ରମାଣପତ୍ର ପାଇଁ ମେଡିକାଲ ବୋର୍ଡ ବସୁଥିବା ହଲକୁ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ସମସ୍ତ ମନ୍ଦିରକୁ ଲିଫ୍ଟ ଓ ରାମ୍ପର ବ୍ୟବସ୍ଥା କରାଯାଉ। ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କ ଶିକ୍ଷା ଓ ଧନ୍ଦାମୂଳକ ଯୋଜନା ପାଇଁ ଆଇଆଇସି ନିର୍ମାଣ କରିବା, ଦୃଷ୍ଟିହୀନ, କଥାହେବା ଏବଂ ଶୁଣିବା ଅସୁବିଧା ହେଉଥିବା ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲାଯିବା, ଘରୋଇ ଓ ସରକାରୀ ବସ ଭିତରେ ବସଷ୍ଟପରେ ଓ ବସ୍‌ଷ୍ଟାଣ୍ଡରେ ଦିବ୍ୟାଙ୍ଗମାନଙ୍କ ସୁବିଧା ଓ ପରିବହନ ଯାତାୟତ ପାଇଁ ସେମାନଙ୍କ ଅଧିକାର ଓ ରିହାତି ଘୋଷଣା ସମ୍ବନ୍ଧୀୟ ସନନ୍ଦପତ୍ର ଫଳକ ଲଗାଇବା, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ତଥା ରାଜ୍ୟ ଆବାସିକ ଯୋଜନାରେ ଓ ଅନ୍ୟାନ୍ୟ ସମସ୍ତ ପୋର୍ଟାଲରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର କଲମ୍ ରଖିବା, ଦିବ୍ୟାଙ୍ଗ ଦିବ୍ୟାଙ୍ଗ ଭିତରେ ବିବାହକୁ ମାନ୍ୟତା ଦେଇ ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ୍ ଯୋଜନା, ରାଜ୍ୟସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରାଯାଉ, ଭୀମଭୋଇ ସାମର୍ଥ୍ୟ ଶିବିର କେବଳ ଚିହ୍ନଟ ନରହି ୨୭ ଗୋଟି ସେବା ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚୁଛି କି ନାଁହିଁ ତାପରେ ସମ୍ପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ, ଏ ନେଇ କରାଯାଉ ଥିବା କୋଟିକୋଟି ଟଙ୍କା ଖର୍ଚ୍ଚ ବନ୍ଦ କରାଯାଉ, ରାଜ୍ୟରେ ବ୍ଲକ ଗୁଡିକରେ ଖାଲି ପଡିଥିବା ସାମାଜିକ ସୁରକ୍ଷା ଅଧିକାରୀ (BSSO) ପଦବୀ ଯୁଦ୍ଧ କାଳୀନ ଭିତିରେ ପୂରଣ କରିବା ସଙ୍ଗେସଙ୍ଗେ ବିଏସଏସଓ ଙ୍କୁ ତାଲିମ ପ୍ରଦାନ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ ଅଧ୍ୟାୟ ୧୩ ଓ ଅଧ୍ୟାୟ ୧୬ ଅନୁସାରେ ସ୍ୱତନ୍ତ୍ର କୋର୍ଟ ଓ ଦଣ୍ଡ ସଂହିତା ବିଷୟରେ ରାଜ୍ୟର ସମସ୍ତ ଓକିଲ, ମହକିଲ ଓ ପୋଲିସ୍ (ଆରକ୍ଷୀ) ଆଇନ ବିଭାଗଙ୍କୁ ସଚେତନ ପ୍ରଦାନ, ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଖାଲି ପଡ଼ିଥିବା ଅସ୍ଥିଶଲ୍ୟ, ଚକ୍ଷୁ ଓ ମେଡିସିନ୍ ବିଭାଗର ବିଶେଷଜ୍ଞ ପଦବୀଗୁଡ଼ିକୁ ସ୍ଥାୟୀ ନିଯୁକ୍ତି, ଜାଲି ପ୍ରମାଣପତ୍ର ପ୍ରତି ସତର୍କ ରହିବା ଓ ଦଲାଲମାନଙ୍କୁ ଧରିବା ପାଇଁ ଯାଞ୍ଚ ଟୀମ ଗଠନ କରିବା, ପିଛିଲା ଭାବରେ ଶିକ୍ଷିତ ବେକାର ଦିବ୍ୟାଙ୍ଗଙ୍କୁ ସରକରୀ ସ୍ତରରେ ନିଯୁକ୍ତି ପ୍ରଦାନ, ଚାକିରୀ କ୍ଷେତ୍ରରେ ଦିବ୍ୟାଙ୍ଗ କର୍ମଚାରୀ ମାନଙ୍କୁ ପଦୋନ୍ନିତ, ଦିବ୍ୟାଙ୍ଗ କ୍ରିଡା ବିକାଶ ପାଇଁ ପଞ୍ଚୟତ ସ୍ତରରୁ ରାଜ୍ୟ ଓ ଜାତୀୟ ସ୍ତର ପର୍ଯ୍ୟନ୍ତ କ୍ରିଡା ଭିତ୍ତିଭୂମିର ଆନୁଷଙ୍ଗିକ ବିକାଶ, ପଂଚାୟତ ଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଆଗାମୀ ସମସ୍ତ ନିର୍ବାଚନରେ ଦିବ୍ୟାଙ୍ଗଙ୍କୁ ସ୍ଥାନ ସଂରକ୍ଷଣ ଇତ୍ୟାଦି ବିଷୟ ଓଭିଏମ ସଭାପତି ଓ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ପ୍ରେସ ଇସ୍ତାହାର ଦେଇଛନ୍ତି I
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.