ସମ୍ବିଧାନ ଦିବସ ପାଳିତ ।

0 225

କୋଦଳା,୨୬/୧୧(ପିପିଟି): ବୁଧବାର ଦିବା ୧୨ ଘଟିକା ୩୦ ମିନଟ ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜିର ସଭାକାର୍ଯ୍ୟକୁ ମହାବିଦ୍ୟାଳୟର ଅଧ୍ଯକ୍ଷ ତଥା ରାଜନୀତି ବିଭାଗୀୟ ମୁଖ୍ୟ ରଘୁନାଥ ମୁଦୁଲି ସଭାପତିତ୍ୱ କରି ଏ ଦିବସ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ରଂଜୁବାଳା ନନ୍ଦ,ଏକାଡେମିକ ବର୍ସର ବିନୋଦ କୁମାର ମିଶ୍ର, ଏକାଉଣ୍ଟ ବର୍ସର ସାଗର ଚାନ୍ଦ ପାତ୍ର, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ, ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପିକା ତପସ୍ୱିନୀ କରଣ ଆଦି ଯୋଗଦେଇ ସମ୍ବିଧାନ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଲିପୁନ ମାଝୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରି ଏ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ । ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ପ୍ରଦୀପ କୁମାର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଏ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.