କାରରେ ଗଞ୍ଜେଇ ଚୋରା ଚାଲାଣ,୨ଗିରଫ ।

0 323

ଭଞ୍ଜନଗର, ୨୪/୧୧(ପିପିଟି ):ତାର ସିଂ ଥାନା ଇନ୍ସପେକ୍ଟର ସମୀର କୁମାର ବେହେରା ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ଗତକାଲି ଦିନ ୧୧ଟା ସମୟରେ ତିଳିସିଙ୍ଗି, ତିନି ଛକିଆ ଓ ଲେମ୍ଭେଇ ଅଞ୍ଚଳରେ ଦିନ ପେଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ୩୭ନଂ ରାଜ୍ୟ ରାଜପଥ ଅନ୍ତର୍ଗତ ବ୍ରାହ୍ମଣ ବଞ୍ଜର ନିକଟରେ ଏକ ମାରୁତି ସୁଜୁକି କାରକୁ ସନ୍ଦେହରେ ଅଟକାଇ ଥିଲେ। ଯାହାର ନମ୍ବର ହେଲା OD 02 BF 5013 ଥିଲା।ଗାଡିଟିକୁ ଛାନ୍ ଭିନ୍ କରିବାରେ ସେଥିରେ ଏକ ଜରି ବସ୍ତାରେ 28.365 କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ କରାଯାଇଥିଲା।ଏଥିରେ ସମ୍ପୃକ୍ତ ଗାଡ଼ିରେ ଥିବା ୨ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଟକା ପଦର ଗ୍ରାମର ସୁଜିତ କହଁର ଓ ଚକ୍ରପତି କହଁରଙ୍କୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି।ଏହି ଘଟଣାରେ ତାର ସିଂ ଥାନା କେସ୍ ନମ୍ବର 440/25ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.