ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷା ବଳୟରେ ରାଜଧାନୀ, ମୁତୟନ ହେବେ ୪୫ ପ୍ଲାଟୁନ୍ ଫୋର୍ସ ।

0 0

ଭୁବନେଶ୍ୱର,୧୫/୧୧(ପିପିଟି): ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚି ବିଧାନସଭାରେ ଆୟୋଜିତ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି।

ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରାୟ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ବିଭିନ୍ନ ସ୍ୱତନ୍ତ୍ର ସୁରକ୍ଷା ଟିମ୍‌କୁ ନିୟୋଜିତ କରାଯାଇଛି। ଏହା ସହିତ କାରକେଡ୍‌ର ରିହର୍ସାଲ୍ ଓ ସୁରକ୍ଷା ସମ୍ପର୍କିତ ବ୍ରିଫିଂ ଅନୁଷ୍ଠିତ ହୋଇଛି। ବିମାନବନ୍ଦର ଓ ଗସ୍ତ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍, ଅଗ୍ନିଶମ ବିଭାଗ ଏବଂ ଆଣ୍ଟି-ସାବୋଟେଜ୍ ଟିମ୍ ପକ୍ଷରୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ଯେପରି ସୁରୁଖୁରୁରେ ଓ ନିରାପଦରେ ସମ୍ପନ୍ନ ହେବ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

Leave A Reply

Your email address will not be published.