ଶାଶୁ ଶଶୁରଙ୍କ କଳହ ସହି ନପାରି ମହିଳା ଜଣଙ୍କ ଶେଷରେ ବିଷ ପାନ କରି ମୃତ୍ୟୁ ବରଣ କରିଥିବା ନେଇ ଥାନାରେ ଅଭିଯୋଗ ।

0 208

କୋଦଳା,୧୬/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମର ଗୋବିନ୍ଦ ନାୟକଙ୍କ ଝିଅ ଅପରାଜିତା କେ. ବରିଡା ଗ୍ରାମରେ ଗୌତମ ଗିରିଙ୍କ ପୁଅ ସଞ୍ଜୟ ଗିରିଙ୍କୁ ବିବାହ କରିଥିଲେ । ଗତ କିଛି ଦିନ ତଳେ ଅପରାଜିତା ଗିରିଙ୍କ ସହ ଶଶୁର ଗୌତମ ଓ ଶାଶୁ ସୁକାନ୍ତି ଗିରି କଳହ କରିବାରୁ ଅପରାଜିତା ବାପ ଘର ହଂସତୁଳିକୁ ଚାଲି ଯାଇଥିଲେ । ତେବେ ଗୁରୁବାର ଦିନ ଅପରାଜିତା କବାଟୀ ବନ୍ଧ ନିକଟରେ ବିଷ ପାନ କରି ବାନ୍ତି କରୁଥିବା ଖବର ପାଇ ଗୋବିନ୍ଦଙ୍କ ପରିବାର ଲୋକେ ବନ୍ଧ ନିକଟକୁ ଯାଇଥିଲେ । ଅପରାଜିତାକୁ ସୁମଣ୍ଡଳ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅପରାଜିତାଙ୍କ ମାଆ ସଂଜୁ ନାୟକ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ୬୩୯/୨୦୨୫ ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.