ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଯାତ୍ରା।

0 200

ପୋଲସରା,୧୬/୧୧ (ପିପିଟି): ପୋଲସରା ଠାରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ଳକ ପ୍ରସାଶନ ଦାୟିତ୍ଵ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଡ଼ିଓ ଶଶିଭୂଷଣ ମହାପାତ୍ର ଅଧକ୍ଷତା କରିଥିଲେ।ଏହି ଅବସରରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ ଏକ ଏକତା ଯାତ୍ରା ଆରମ୍ଭ ହୋଇ ୭ କିଲୋମିଟର ପୋଲସରା ମୁଖ୍ୟ ସଡ଼କ ଦେଇ ରାଣୀପଡା ଶିବ ମନ୍ଦିର ଠାରେ ପହଞ୍ଚି ସେଠାରେ ବୃକ୍ଷ ରୋପଣ, ଏନ୍ ଏ ସି ବସଷ୍ଟାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗଦାନ ହେବା ସହିତ ଲୁଣିଘାଟି ପଡ଼ିଆରେ ଅନୁଷ୍ଠିତ ଉଦଯାପନି ସଭାରେ ଅତିଥିବୃନ୍ଦ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ, ତହସିଲଦାର ଦିପ୍ତିମୟୀ ପାତ୍ର, ଜିଲ୍ଲା ସଭାପତି ନିଳମାଧବ ପାତ୍ର ପ୍ରମୁଖ ଯୋଗଦାନ ଦେଇ ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାଅର୍ପଣ କରି ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାସ,ଏକତା ପଦଯାତ୍ରା ଜିଲ୍ଲା ସଂଯୋଜକ ମନୋଜ ମହାପାତ୍ର,ସହ ସଂଯୋଜକ ଶିବାନନ୍ଦ, ଜିଲ୍ଲା ସହ ସଂଯୋଜକ ସିମାଞ୍ଚଳ ସାହୁ , ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଏନ୍ ଏ ସି ଅଧ୍ୟକ୍ଷା ସଂଗୀତ ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ପୋଲସରା ରେଞ୍ଜର, ଅନିଲ କୁମାର ପଣ୍ଡା,ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗା, ସିଦିପିଓ ତିଳୋତ୍ତମା ରାଉତ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ଅଖଣ୍ଡ ଭାରତ ଗଠନ କରିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ମନେ ପକାଇବା ସହ ଆଜିକାର ଯୁବ ପିଢ଼ି ପଟେଲଙ୍କ ପରି ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଗତ ଅକ୍ଟୋବର ମାସ ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଳିତ ନଭେମ୍ବର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଏକତା ସୃଷ୍ଟି କରିବା ଆଜିର ପ୍ରଥମ ଲକ୍ଷ ଅଟେ। ଯଦି ସେହିସମୟରେ ପଟେଲଜୀ ଭାରତର ସମସ୍ତ ରାଜ୍ୟକୁ ମିଶାଇ ଅଖଣ୍ଡ ଭାରତ ଗଠନ କରିନଥାନ୍ତେ, ତେବେ ଭାରତ ଖଣ୍ଡବିଖଣ୍ଡିତ ହୋଇ ରହିଥାନ୍ତା ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ଏହାସହିତ ପୋଲସରା ନିର୍ବାଚନ ମଣ୍ଡଳୀକୁ ଏକ ସୁନ୍ଦର ଶରସ ଓ ବିକଶିତ ନିର୍ବାଚନ ମଣ୍ଡଳୀ ଗଠନ କରିବା ପାଇଁ ମନ୍ତ୍ରୀ ଓ ସାଂସଦ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଏହି ଅବସରରେ ସମଗ୍ର ପୋଲସରା ଅଞ୍ଚଳର ଶିକ୍ଷା ଓ ଖବର ପରିବେଷଣ ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହଯୋଗ କରିଥିବା ଏଵଂ କରୁଥିବା ବ୍ଯକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ବାରା ଊତ୍ତରୀୟ ଏଵଂ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ଓ ନାଚଗୀତର ଆୟୋଜନ କରାଯାଇଥିଲା। ଶେଷରେ ଉକ୍ତ ସଚେତନ ଏଵଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅତିଥିବୃନ୍ଦ, ସହଯୋଗୀବୃନ୍ଦ,ସର୍ବସାଧାରଣ,ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ସମସ୍ତଙ୍କୁ ବିଡ଼ିଓ ଶଶିଭୂଷଣ ମହାପାତ୍ର ଆନ୍ତରିକ ଧନ୍ୟବାଦ୍ ଏଵଂ କୃତଜ୍ଞତା ଜଣାଇଥିଲେ। ଏଥିରେ ବ୍ଳକ, ଏନ୍ ଏ ସି,ତହସିଲ, ଶିକ୍ଷା ବିଭାଗ,ପୋଲିସରା ଥାନାଧିକାରୀ କୌଶିକ ମାଝୀ ଓ ସହ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.