ଆଖି ଚିକିତ୍ସା କରିବାକୁ ଯାଇ ଯୁବକ ନିଖୋଜ ।

0 253

ବେଗୁନିଆପଡା,୧୬/୧୧(ପିପିଟି): ପରିବାରର ଅଜ୍ଞାତ ସାରରେ ଆଖି ଚିକିତ୍ସା କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ଯୁବକ । ଏ ନେଇ ଥାନାରେ ଅଭିଯୋଗ ହୋଇଛି ସମ୍ପୃକ୍ତ କ୍ଲିନିକ ବିରୁଦ୍ଧରେ । ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ସୋରଡ଼ାପଲ୍ଲୀ ଏମ. ରାଇପଡା ଗ୍ରାମରେ । ଅଭିଯୋଗ ପ୍ରକାରେ ଗତ ନଭେମ୍ବର ୭ ତାରିଖ ଦିନ ଚନ୍ଦନପୁର ପଞ୍ଚାୟତରେ ବ୍ରହ୍ମପୁର ଗୋଇଲେଣ୍ଡି ସ୍ଥିତ ସନ ଆଇ କେର କ୍ଲିନିକ ପକ୍ଷରୁ ଏକ କ୍ୟାମ୍ପ ହୋଇଥିଲା । ଏମ ରାଇପଡା ଗ୍ରାମର ମଧୁ ଶବରଙ୍କ ପରିବାର ଲୋକେ କେହି ନ ଥିବା ସମୟରେ ଉକ୍ତ କ୍ଲିନିକର କିଛି ଲୋକ ଆସି ମଧୁଙ୍କୁ ଆଖି ଚିକିତ୍ସା କରିବା ପାଇଁ ପଞ୍ଚାୟତକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଉକ୍ତ କ୍ଲିନିକ କୁ ନେଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ମଧୁ ଘରକୁ ନ ଫେରିବାରୁ ପରିବାର ଲୋକେ ସମ୍ପୃକ୍ତ କ୍ଲିନିକ ସହ ଯୋଗାଯୋଗ କରି ସିସିଟିଭି ଦେଖି ଥିଲେ। ମଧୁ ଉକ୍ତ କ୍ଲିନିକକୁ ଆସିଥିବା ସିସିଟିଭି ଦେଖି ଦାବି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ମଧୁଙ୍କ ସନ୍ଧାନ ନ ପାଇ ନିରାଶ ହେବା ପରେ ଶୁକ୍ରବାର ଦିନ ମଧୁଙ୍କ ପୁଅ ରଜନୀ ଶବର ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ସେମାନେ ସନ୍ଦେହ କରିଛନ୍ତି କି କ୍ଲିନିକ ପକ୍ଷରୁ ମଧୁଙ୍କ ଲୁଚାଇ ରଖିଛନ୍ତି କିମ୍ବା ତାଙ୍କ ଶରୀରର କୌଣସି ଅଙ୍ଗ ବିକ୍ରି କରିଛି ଉକ୍ତ କ୍ଲିନିକ । ତେଣୁ ତୁରନ୍ତ ତଦନ୍ତ କରାଯାଇ ମଧୁଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସହ ଉକ୍ତ କ୍ଲିନିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ରଜନୀ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.