ୟୁଡିଏ ରେ ଆନନ୍ଦ ଉଲ୍ଲାସର ସହ ଶିଶୁ ଦିବସ ପାଳନ ।

0 156

ଭଞ୍ଜନଗର, ୧୪/୧୧(ପିପିଟି ):ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜବାହରଲାଲ ନେହୁରୁ ଙ୍କ ଜନ୍ମଦିନ।ତାଙ୍କ ହୃଦୟରେ ଶିଶୁଙ୍କ ପାଇଁ ଥିଲା ଅଜସ୍ର ଭଲ ପାଇବା।ତେଣୁ ଆଜିର ଦିବସକୁ ସାରା ଦେଶରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।ଏହି ଅବସରରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଠାରେ ଆନନ୍ଦ ଉଲ୍ଲାସର ସହିତ ଶିଶୁ ଦିବସ ପାଳନ କରାଯାଇଛି।ସନ୍ଧ୍ୟା ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ବିଭିନ୍ନ ନାଚଗୀତ ଓ କ୍ରୀଡ଼ାର ଆନନ୍ଦ ଉଠାଇବା ସହ କେକ୍ କାଟି ଏହି ଉତ୍ସଵକୁ ଅଧିକ ସ୍ମରଣୀୟ କରିଛନ୍ତି।ଏଥିରେ ଅନୁଷ୍ଠାନର ମୁଖ୍ୟ ଜେ.କେ ପଟ୍ଟନାୟକ, ମାଷ୍ଟର ପିଣ୍ଟୁ, ମାଷ୍ଟର ପ୍ରମୋଦ, ଲିପୁନ, ରୋହିତ, ବିକାଶ, ନାଲୁ, ସଞ୍ଜୟ, ପ୍ରିୟା ଓ ଅନ୍ୟମାନେ ସହଯୋଗ କରିଥିଲେ।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.