ଜ୍ଞାନଦୀପ ଶିକ୍ଷାନୁଷ୍ଠାନର ୮ମ ବାର୍ଷିକୋତ୍ସବ ପାଳିତ।

0 33

ବ୍ରହ୍ମପୁର,୧୪/୧୧(ପିପିଟି):ସମ୍ପ୍ରତି ବହୁ ଶିକ୍ଷାନୁଷ୍ଠାନ ଛତୁ ଫୁଟିଲା ପରି ବ୍ୟବସାୟିକ ମନ ଭାବ ନେଇ ଖୋଲା ଯାଉଥିବା ବେଳେ ଶିକ୍ଷା ମାନ ଦଣ୍ଡ ନିମ୍ନ ମାନର ରହୁଥିବା ପରିତାପ ର ବିଷୟ। ଉପଯୁକ୍ତ ଶିକ୍ଷା ସହ ସଂସ୍କୃତି ସମ୍ପନ୍ନ ଶିକ୍ଷା ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ କରି ଗଢି ତୋଳିବା ସହ ଉପକୁକ୍ତ ନାଗରିକ ଭାବେ ପରିଗଣିତ କରିବାରେ ସହାୟକ ହୋଇଥାଏ। ଛାତ୍ର ଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ସହ ଗୁରୁଜନ, ପିତା ମାତାଙ୍କ ପ୍ରତି ସମ୍ମାନ ଓ ମାଟି, ମା, ମାତୃଭାଷାକୁ ଭଲପାଇ ନିଜ ଅଞ୍ଚଳ ତଥା ଦେଶ ସେବା କରିପାରିଲେ ହିଁ ସମାଜରେ ପୂଜ୍ୟ ହୋଇପାରିବେ ବୋଲି ଆଜି ମାଣ୍ଡିଆପଲି ଠାରେ ଆଦର୍ଶ ଶିକ୍ଷାନୁଷ୍ଠାନ ଜ୍ଞାନଦୀପ ର ଶିଶୁ ଦିବସ ଅବସର ରେ ଅଷ୍ଟମ ବାର୍ଷିକୋତ୍ସବ ପାଳନ ଅବସର ରେ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ପରାମର୍ଶ ଦେବାସହ ଜ୍ଞାନ ଦୀପ ର ଶିକ୍ଷା ପ୍ରଣାଳୀକୁ ପ୍ରସଂଶ। କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡ ଅଭିମନ୍ୟୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଶ୍ରୀୟାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ଦିଲୀପ ସାହୁ,ଚଳଚିତ୍ର ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ,ହାସ୍ୟ ଅଭିନେତା ଟୁକୁନା ଷ୍ଟାଇଲିସ ଦୀପକ ତ୍ରିପାଠୀ,ଚଳଚିତ୍ର ଅଭିନେତା ଉଦୟ ଭାନୁ ମହାପାତ୍ର, ଇ ଦୀପକ ପାଢ଼ୀ ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ. ରଧାଗୋବିନ୍ଦ୍ ପାଢ଼ୀ ଯୋଗଦେଇ ଜ୍ଞାନଦୀପ ର ଶିକ୍ଷା ପ୍ରଣାଳୀ ଓ ପରିଚାଳନାକୁ ପ୍ରଶଂସା କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଶିତ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହି ପାରିଥିଲା ପ୍ରାରମ୍ଭ ରେ ଅଭିଭାବକଙ୍କ ସମ୍ମିଳନୀରେ ବାର୍ଷିକ ସମୀକ୍ଷା ହୋଇଥିଲା।

Leave A Reply

Your email address will not be published.