ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଜଡିତ ପ୍ରଥମାଷ୍ଟମୀ।

0 174

ବୋଲଗଡ଼,୧୨/୧୧(ପିପିଟି): ଓଡ଼ିଶାର ପରମ୍ପରା ଅନୁସାରେ ପବିତ୍ର ମାର୍ଗଶିର ମାସ ର ଅଷ୍ଟମୀ ତିଥିରେ ପଡିଥାଏ ପ୍ରଥମାଷ୍ଟମୀ। ଏହି ପ୍ରଥମାଷ୍ଟମୀ ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ପ୍ରତ୍ୟେକ ଓଡ଼ିଆ ପରିବାର। ଘରେ ଘରେ ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠାର ମହକ। ସବୁ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ପାଇଁ ପିଠାପଣା ଆଦି ପ୍ରସ୍ତୁତ ହୋଇଛି। ଏହି ଦିନ ବଂଶର ପ୍ରଥମ ସନ୍ତାନ ବା ବଡ଼ ସନ୍ତାନ ନୂଆ ବସ୍ତ୍ର ପିନ୍ଧିଥାନ୍ତି ସାଧାରଣତଃ ପ୍ରଥମାଷ୍ଟମୀରେ ବଡ଼ ସନ୍ତାନଙ୍କୁ ପୋରୁହାଁ କରିବା ପାଇଁ ନୂଆ ବସ୍ତ୍ର ଦେବା ଦାୟିତ୍ଵ ମାମୁଁଙ୍କର ଥାଏ। ଏହିଦିନ ମାମୁଁମାନେ ଭଣଜା ଭାଣିଜିଙ୍କ ପାଇଁ ନୂଆ ପୋଷକ, ମିଠା ଆଦି ନେଇ ଆସିଥାନ୍ତି।ଏହି ଦିନ ସକାଳୁ ଘରର ବଡ଼ ସନ୍ତାନ ସ୍ନାନ ସାରି ନୂଆ ପୋଷାକ ପିନ୍ଧିଥାନ୍ତି ଓ ମା’ମାନେ ତାଙ୍କୁ ବନ୍ଦାପନା କରିଥାନ୍ତି। ଘରର ଚଉଁରା ମୂଳେ ମଧ୍ୟ ପୂଜା ଅର୍ଚ୍ଚନା ହୋଇଥାଏ।ଏହି ପ୍ରଥମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ହେଉଛି ହଳଦୀ ପତ୍ରରେ ଛେନା, ନଡ଼ିଆ, ଗୁଡ଼ପୁର ଦିଆଯାଇ ଅରୁଆ ଚାଉଳ ଓ ବିରିରେ ପ୍ରସ୍ତୁତ କରାଯାଇଥାଏ। ଏହି ପ୍ରଥମାଷ୍ଟମୀ ପିତୃକୂଳ ଓ ମାତୃକୂଳ ର ପରିବାର ମଧ୍ୟରେ ସୁସମ୍ପର୍କ ରଖିବାକୁ ଏହି ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଜଡ଼ିତ ହୋଇ ରହିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.