ପୋଲସରା ,୦୭/୧୧(ପିପିଟି) :ମହାନ ବିପ୍ଳବୀ କବି ବଙ୍ଗଳାର ବ°କିମ ଚନ୍ଦ୍ର ଚର୍ଚ୍ଚୋପାଧ୍ୟାୟଙ୍କ ରଚିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” କବିତାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ କେନ୍ଦ୍ର ଏଵଂ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ଗୁଡିକରେ କବିଙ୍କ ସ୍ମରଣେ ଏହି କବିତା ଗାନ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ପୋଲସରା ବିଇଓ କାର୍ଯ୍ୟାଳୟରେ ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯିବାସହ ସାମୁହିକଭାବେ ଏହି “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏହି ଦେଶାତ୍ମକ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ଏବିଇଓ ସ୍ୱରୂପ କୁମାର ପାତ୍ରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍,କର୍ମଚାରି ଏଵଂ ବିଭିନ୍ନ କ୍ଲଷ୍ଟରର ସିଆରସିସୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା