ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଶୋକସଭା ।

0 156

ବ୍ରହ୍ମପୁର,୦୬/୧୧(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ବରିଷ୍ଠ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗରେ କଟକ-ଗୋପାଳପୁର ସାହି କୋଠ ଘର ଠାରେ ଏକ ଶୋକସଭା ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଗୀତିକାର ବିଶ୍ୱେଶ୍ଵର ମହାନ୍ତି ମୂଖ୍ୟ ଅତିଥି, ନାଟ୍ୟସାରଥୀ ଅଭୟ କୁମାର ଦାସ ମୂଖ୍ୟ ବକ୍ତା ଏବଂ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଓ ବରିଷ୍ଠ ସାରସ୍ୱତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଯାତ୍ରା କଳାକାର ରଥଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ରଥ ଜଣେ ଯାତ୍ରା ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ବିୟୋଗରେ ଯାତ୍ରା ଜଗତର ଏକ ଅପୂରଣୀୟ କ୍ଷତି ସାଧିତ ହୋଇଥିବା ଆଲୋଚକମାନେ ବ୍ୟକ୍ତ କରିଥିଲେ। ମହାସଂଘ ଉପଦେଷ୍ଟା ମଞ୍ଚମୋହନ ରାଜେନ୍ଦ୍ର ମୋହନ ପତି ଏବଂ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ ଭିଡିଓ କନଫରେନସିଂ ଯୋଗେ ବାକ୍ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦିବଙ୍ଗତ ରଥଙ୍କ ପୁତ୍ର ଅଭିଯୋଗ କରିବା ପ୍ରକାରେ ସେ ୭୨ ବର୍ଷରେ ପଦପାତ କରିଥିଲେହେଁ ସୁସ୍ଥ ଥିଲେ ଏବଂ ଅତ୍ୟଧିକ ଡିଜେ ସାଉଣ୍ଡ୍ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା। ଡିଜେ ସାଉଣ୍ଡ୍ ପ୍ରଶାସନ ଦ୍ୱାରା ସମ୍ପୂର୍ଣ ନିଷୀଦ୍ଧ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ମହାସଂଘ ପକ୍ଷରୁ ପ୍ରଥମେ ଦିବଙ୍ଗତ ଆତ୍ମାର ସଦ୍ଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମହାସଂଘ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପରିଶେଷରେ ନାଟ୍ୟକାର ଅଶୋକ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦିଗମ୍ବର ଦାସ,ଅକ୍ଷୟ ରାଉଳ,ସୁକାନ୍ତ କୁମାର ଧଳ,ଶ୍ରୀନିବାସ ପଣ୍ଡା,ବିକାଶ ରଞ୍ଜନ ପଟ୍ଟନାୟକ, ଗୟାଧର ସାହୁ ପ୍ରମୁଖ ବହୁ କଳାକାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.