ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

0 136

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡା ଠାରେ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଗୋକୁଲାଷ୍ଟମୀ ମହୋତ୍ସବ ଆୟୋଜନ ନେଇ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହା ଚଳିତ ମାର୍ଗଶିର ମାସ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଗୋକୁଲାଷ୍ଟମୀ ଯାତ୍ରା ମହୋତ୍ସବ ଅନୁଷ୍ଟିତ ହେବ ।ଏଥିପାଇଁ ଆଜି ସକାଳେ ଯାତ୍ରା କମିଟିର ସଦସ୍ୟ ଓ ପଡ଼ାବାସୀ ଶ୍ରୀ ଶ୍ରୀ ବ୍ରଜବିହାରୀ ପୂର୍ଣ୍ଣମାସି ମନ୍ଦିରରୁ ଆଜ୍ଞାମାଳ ଆଣି ଦଧିବାମନ ମନ୍ଦିର ସମ୍ଭୂଖରେ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ଶୁଭସ୍ତମ୍ଭକୁ ସ୍ଥାପନ କରିଥିଲେ।ଏଥିରେ ପୂଜକ ଭାବେ ମାନଭଞ୍ଜନ ପୂଜାରୀ, ଯାତ୍ରା କମିଟି ସଭାପତି ମନୋଜ ଦାସ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିବା ବେଳେ କମିଟି ସମ୍ପାଦକ ରଞ୍ଜନ ଦାସ,ଗୁରୁ ମନୋଜ,ରଘୁନାଥ ମାହାଣା,ବିଶିଷ୍ଟ କଳାକାର ରାମଚନ୍ଦ୍ର ଦାସ,କୃଷ୍ଣଚନ୍ଦ୍ର ଦାସ,ବ୍ରଜବିହାରୀ ମାହାଣା,ଅନ୍ତରାମ ଦାସ,ପୂର୍ବତନ ସଭାପତି ସୀତାରାମ ଦାସ ପ୍ରମୁଖଙ୍କ ସମେତ ପରିଷଦର ସମସ୍ତ କଳାକାର ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଏହି ମହୋତ୍ସବର ଦଧିବାମନ ମନ୍ଦିର ସମ୍ଭୂଖ ପରିସରକୁ ଗୋପପୁର ଆଖ୍ୟା ଦିଆଯାଇଥିବା ବେଳେ ଯୋଗେଶ୍ୱର ମନ୍ଦିର ବନ ଦୁର୍ଗା ପ୍ରାଙ୍ଗଣ କୁ ମଥୁରା ନଗରୀ ଆଖ୍ୟା ଦିଆଯାଇଛି ।ତେବେ ୮ଦିନ ଧରି ଅନୁଷ୍ଠିତ ଏହି ଯାତ୍ରା ର ୯ତାରିଖରେ ଅଧିବାସ,୧୦ତାରିଖରେ କୃଷ୍ଣ ଜନ୍ମ,୧୧ତାରିଖରେ ଗୋବର୍ଦ୍ଧନ ମଲ୍ଲଙ୍କ ଦ୍ଵାରା କୃଷ୍ଣ ବଳରାମଙ୍କୁ ଗୋ ଚାରଣ ବିଦ୍ୟା ପ୍ରଦାନ,୧୨ତାରିଖରେ କଂସ ଦରବାର,କୃଷ୍ଣ ବଳରାମଙ୍କ ବନ ଗମନ,ଷଣ୍ଢାସୁର ବଧ,୧୩ତାରିଖରେ ବକାସୁର ବଧ, ୧୪ତାରିଖରେ କୃଷ୍ଣ ଯୋଶଦାଙ୍କ ବାସଲ୍ୟ ପ୍ରେମ ଓ ଦୋଲଲୀଳା,୧୫ତାରିଖରେ କଂସ ମହାରାଜଙ୍କ ରଙ୍ଗ ସଭା ଓ ଅର୍ଘାସୁର ବଧ,୧୬ତାରିଖରେ କୃଷ୍ଣ ବଲରାମଙ୍କ ନଗର ପରିକ୍ରମା ଓ କଲାମାଣିକ ମଞ୍ଚସ୍ଥ ହେବା ପରେ ମହୋତ୍ସବର ଅନ୍ତ ଘଟିବ ।

ରିପୋର୍ଟ୍ -ଶାନ୍ତୁନୁ କୁମାର କର୍ଣ୍ଣ

Leave A Reply

Your email address will not be published.