ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ।

0 8

ମାଲକାନଗିରି,୩୦/୦୯(ପିପିଟି):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଅକ୍ଟୋବର ୨ ତାରିଖରୁ ପ୍ରସ୍ତାବିତ ରାଜ୍ୟବ୍ୟାପୀ “ଜନସମ୍ପର୍କ ପଦଯାତ୍ରା ଅଭିଯାନ”ର ପ୍ରସ୍ତୁତି ଓ ରୂପରେଖା ପାଇଁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି , ପୂର୍ବତନ ବିଧାୟକ ତଥା ଜନ ଜାତି ସେଲ୍ ରାଜ୍ୟ ଉପ ସଭାପତି ମାନସ ମାଡକାମି ସଭାପତିତ୍ବ କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର ୭ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ ଅଞ୍ଚଳ ଓ ତା ସହିତ ମାଲକାନଗିରି ପୌର ପରିଷଦ ଏବଂ ବାଲିମେଳା ଏନ୍ ଏ ସି ରେ “ଜନସମ୍ପର୍କ ପଦଯାତ୍ରା ଅଭିଯାନ” କିଭଳି ଆୟୋଜନ କରାଯିବ, ତାହାର ସମ୍ପୂର୍ଣ ରୂପରେଖା ପ୍ରସ୍ତୁତ କରାଯାଇଥିଲା । ଚଳିତ ଜନ ସମ୍ପର୍କ ପଦଯାତ୍ରା ଅଭିଯାନ ରେ ସମସ୍ତ ଅଞ୍ଚଳର ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ଭାରତୀୟ ଜନତା ପାର୍ଟି ମୋହନ ସରକାର ଏହି ତିନି ବର୍ଷ ମଧ୍ୟରେ ଜନ ସାଧାରଣଙ୍କ ପାଇଁ କ’ଣ ବିକାଶ କରିଛନ୍ତି ନା ଲୋକଙ୍କୁ ମିଛ କହି ପ୍ରତାରଣା କରିଛନ୍ତି।ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ଅପାରଗତା ,ଦରଦାମ୍ ନିୟନ୍ତ୍ରଣରେ ବିଫଳତା, ଆଇନଶୃଙ୍ଖଳାର ଅଧୋଗତି ,ମହିଳା ନିର୍ଯ୍ୟାତନା ସମ୍ପର୍କରେ ଅବଗତ କରାଯିଵ। ନିର୍ବାଚନ ବେଳେ ଦେଇଥିବା ବିଜେପି ର ପ୍ରତିଶୃତି ଯାଥା:୩୦୦ ୟୁନିଟ୍ ମାଗଣା ବିଜୁଳି, ୩୦୦୦ ଟଙ୍କା ଭତ୍ତା ଓ ମା’ମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ । ବିଜେପିର ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଜନସଚେତନତା କରାଯିବା । ବିଜେପି ସରକାର ର ବିଫଳତା କୁ ଲୋକଙ୍କ ପାଖରେ ପହଞ୍ଚି ବିଜେପି ମୋହନ ସରକାର ର ବିଫଳତା ଉପରେ ଆଲୋକପାତ କରିଯିବ ବୋଲି ଜିଲ୍ଲା ସଭାପତି ମାନସ ମାଡକାମୀ ବିଜେଡି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଜିର ବୈଠକରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କମ୍ମିଟି ର ସମସ୍ତ ନେତୃମଣ୍ଡଳୀ ବୃନ୍ଦ ଓ ସମସ୍ତ ବିଜେଡି ପଦାଧିକାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.