ମହାନ୍ ସଂଘର ଚାଳିଶିତମ ବାର୍ଷିକ ଉତ୍ସବ;ନିସ୍ୱାର୍ଥପର ସେବା ସଙ୍ଘକୁ ମହାନ କରିପାରିଛି ।

0 182

ବ୍ରହ୍ମପୁର,୦୨/୧୧(ପିପିଟି):ଦୀର୍ଘ ଚାଳିଶ ବର୍ଷ ଧରି ବ୍ରହ୍ମପୁର ରୁ ଦିଲ୍ଲୀ ପର୍ଯ୍ୟନ୍ତ ନିଶ୍ୱାର୍ଥପର ଜନସେବା କରି ମହାନ୍ ସଂଘ ନିଜ ନାମକୁ ପ୍ରକୃତରେ ସାର୍ଥକ କରି ମହାନ୍ ହୋଇ ପାରିଛି। ଦୀର୍ଘ ବର୍ଷ ଧରି ସେବା,ସାଂସ୍କୃତିକ,କ୍ରୀଡା, ଜନଜାଗରଣ,ସ୍ବାସ୍ଥ୍ୟ ଶିବିର,ରକ୍ତ ଦାନ,ବୃକ୍ଷ ରୋପଣ,ପୂଜ୍ୟ ପୂଜା ସହ ବହୁ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା କାର୍ଯ୍ୟ ସହ ବାତ୍ୟା, ବନ୍ୟା, କରୋନା ସମୟ ରେ ବିପନ୍ନ ମାନଙ୍କୁ ସହୋଜଗର ହାତ ବଢ଼ାଇ ନିଜର ମହାନତ। ପ୍ରତିପାଦନ କରିପାରିଛି। ବ୍ରହ୍ମପୁର ଓ ରାମଚନ୍ଦ୍ରପୁର ଠାରେ ଜରା ନିବାସ ପ୍ରତିଷ୍ଠା କରି ବୟସ୍କଙ୍କ ଥଇଥାନ କରିବା ସହ,ପରିବାର କଲହ ସମାଧାନ,ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବ୍ରହ୍ମପୁର ମହୋତ୍ସବ ପରି ଏକ ବିଶାଳ ସାଂସ୍କୃତିକ ବ୍ୟବସାୟିକ ମେଲା ଆୟୋଜନ କରି ସାରା ଭାରତରେ ଚହଲ ସୃଷ୍ଟି କରିଛନ୍ତି ବୋଲି ଆଜି ସଂଘର ଚାଳିଶିତମ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଗଞ୍ଜାମ କଳା ପରିଷଦ ଠାରେ ସଂଘର ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ସମାଜ ସେବୀ ତଥା ସଂଗଠକ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅତିଥି ଭାବେ ସଂଘର ଉପଦେଷ୍ଟା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡ ଦୁର୍ଗାମାଧବ ଶତପଥୀ, ଷ୍ଟେଟବ୍ୟାଙ୍କର ଆଞ୍ଚଳିକ ପରିଚାଳକ ହରିକୃଷ୍ଣ ପଣ୍ଡା,ମିତଲ ଗ୍ରୁପ ଓଡ଼ିଶା ବିଶ୍ବରଂଜନ ପାଢ଼ୀ,ରଜେଶ୍ୱରି ଦୋରା,ନୟନ ମହାପାତ୍ର ପ୍ରମୁଖ ଯୋଗଦେଇ ସଂଘର କାର୍ଯ୍ୟକଳାପକୁ ଭୂରି ଭୂରି ପ୍ରସଂଶା କରିଥିଲେ । ଡ କୁଳମଣି ଓଝାଙ୍କ ସଂଯୋଜନାରେ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ସମ୍ପାଦକ ବିବରଣୀ ପାଠ କରିଥିବା ବେଲେ ସହ ସମ୍ପାଦକ ପ୍ରକାଶ ଭାଜନୀ ଧନ୍ୟବାଦ ପ୍ରଦାନ କରିଥିଲେ। ତପନ ଜେ ପଣ୍ଡା,ସୁନନ୍ଦା ମହାପାତ୍ର, ପୁଷ୍ପାଞ୍ଜଳି ମହାପାତ୍ର,ମୀନା ଦାଶ, ନଳିନୀ ସାହୁ,ସାଧନା ପାଢ଼ୀ, ସୁଦିପ ସାହୁ, ଶ୍ରୀକାନ୍ତ ଚନ୍ଦ୍ର ସାବତ, ମନୋରଞ୍ଜନ ପାଢ଼ୀ, ଦିଲୀପ ମହାପାତ୍ର, ଅନୀଲ ପ୍ରମୁଖ ପରିଚାଳନା ରେ ସହୋଜୋଗ କରିଥିଲେ। ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ଅଥିତି ମାନେ ପୂରର୍ସ୍କୃତ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷିତ ହୋଇଥିଲା।

Leave A Reply

Your email address will not be published.