ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୁର୍ନୀତି ନିରାକରଣ ସଚେତନତା କାର୍ଯ୍ୟକ୍ରମ ।

0 187

ବେଗୁନିଆପଡା,୨୭/୧୦(ପିପିଟି): ସୋମବାର ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସମେତ ସମସ୍ତ ଶିକ୍ଷକ,ଅଣଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ନିମନ୍ତେ ସାଧୁତାର ଶପଥ ପାଠ କରାଯାଇ ଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ଦୁର୍ନୀତି ବିରୋଧରେ ସଚେତନତା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ଼,ତର୍କ ଏବଂ ପ୍ରବନ୍ଧ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପିକା ରଂଜୁବାଳା ନନ୍ଦ ପରିଚାଳନା କରିଥିବା ବେଳେ ଜାତୀୟ ସେବା ଯୋଜନା ସଂଯୋଜିକା ସାଗରିକ ଦାଶ, ଯୁବ ରେଡ଼କ୍ରସ ସଂଯୋଜକ ରତ୍ନାକର ପ୍ରଧାନ,ଆମ ଗୌରବ ଆମ କଲେଜର ସଂଯୋଜକ ଭବାନୀ ଶଙ୍କର ଆଚାର୍ଯ୍ୟ, ସୁଶ୍ରୀ ବର୍ଷାରାଣୀ ମହାନ୍ତି,ତପସ୍ୱିନୀ କରଣ,ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ, ସୁଶ୍ରୀ ମନୀଷା ପଟ୍ଟନାୟକ,ଡ଼କ୍ଟର ଜ୍ୟୋସ୍ନାରାଣୀ ସାହୁ,ଗୃହଲକ୍ଷ୍ମୀ ସାହୁ ଆଦି ଅଧ୍ୟାପିକା ଏବଂ ଲିପୁନ ମାଝୀ, କେଶବ ଚନ୍ଦ୍ର ପାଳ ଏବଂ ସପନ କୁମାର ଦାଶ ଅଧ୍ୟାପକ ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ରହିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.